ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡା ଜିଲାର ୬୬ଟି ରୂପାନ୍ତରିତ ହାଇସ୍କୁଲକୁ ଗୁରୁବାର ଦିନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଯାଏ ଜିଲା ସମସ୍ତ ୧୦୬ ହାଇସ୍କୁଲ ରୂପାନ୍ତରିତ ହୋଇସାରିଛି। ସେହିପରି ଗଞ୍ଜାମ ଜିଲାର ୧୪୯ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲାରେ ଏହାକୁ ମିଶାଇ ମୋଟ୍ ୬୧୮ଟି ହାଇସ୍କୁଲ ରୂପାନ୍ତରିତ ହୋଇସାରିଛି।
Popular Categories



