www.samajalive.in
Saturday, December 6, 2025
15.1 C
Bhubaneswar

ଏଇ କି ମାନସିକତା : ପିଲାମାନଙ୍କୁ କୁମ୍ଭୀର କବଳରୁ ନ ବଞ୍ଚାଇ ଫଟୋ ଉଠାଇଲେ ବାପା ମାଆ

ନୂଆଦିଲ୍ଲୀ : ଆମେ ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖୁ , ଯାହା ଆମକୁ ଦ୍ବନ୍ଦ୍ବରେ ପକାଇଥାଏ। ଆଜିକାଲି ସମୟରେ ବାପା-ମାଆ ମାନେ ନିଜ ପୁଅ ଝିଅ ମାନଙ୍କୁ ଘରୁ ବାହାରକୁ ଛାଡିବାକୁ ସୁରକ୍ଷିତ ମଣୁନାହାନ୍ତି। କିନ୍ତୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯାହା ଆପଣ ମାନଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିଦେବ । କିଛି ଲୋକ ରାସ୍ତାରେ ସାଇକେଲ ଚଲାଉଥିବାବେଳେ ହଠାତ୍ କେଉଁଠାରୁ ଏକ କୁମ୍ଭୀର ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି।

କୁମ୍ଭୀରଟି ମୁହଁ ଖୋଲା କରି ପଡିରହିଛି । ଏହାକୁ ଦେଖି ଛୋଟ ପିଲାମାନେ ଭୟଭୀତ ହୋଇପଡିଛନ୍ତି।  କିନ୍ତୁ ସେଠାରେ ଉପସ୍ଥିତ ଥିବା ବାପା-ମାଆ ମାନେ ପିଲାମାନଙ୍କୁ କୁମ୍ଭୀର କବଳରୁ ନବଞ୍ଚାଇ କୁମ୍ଭୀର ସହ ସେମାନଙ୍କର ଫଟୋ ଉଠାଇବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। ସେପଟେ ଏହାକୁ ନେଇ କିଛି ୟୁଜର୍ସ ଏହି ଭିଡିଓକୁ ଏଡିଟ୍ କରାଯାଇଥିବା କହୁଥିବାବେଳେ ଆଉ କିଛି ଜଣ ଏହାକୁ ଦେଖି କ୍ରୋଧ ପ୍ରକାଶ କରିଛନ୍ତି । ଆଉ କିଛି ୟୁଜର୍ସ କହିଛନ୍ତି ବାପା-ମାଆ ମାନେ ପିଲା ମାନଙ୍କ ସୁରକ୍ଷା ସହ ଏଭଳି ଖେଳିବା ଉଚିତ୍ ନୁହେଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories