www.samajalive.in
Tuesday, December 9, 2025
15.1 C
Bhubaneswar

‘ସେବା ଓ ସୁରକ୍ଷା’ ଓଡ଼ିଶା ପୁଲିସର ମୂଳ ମନ୍ତ୍ର-ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଏସପିଙ୍କୁ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶା ପୁଲିସର ମନ୍ତ୍ର ହେଉଛି ସେବା ଓ ସୁରକ୍ଷା। ଆମ ରାଜ୍ୟରେ ମହିଳାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଆମ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ରାତିରେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଖାସ କରି ଥାନାରେ ମହିଳାଙ୍କ ପ୍ରତି ଉଚିତ ବ୍ୟବହାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁର୍ନୀତି, ଅନିୟମିତା, କ୍ଷମତା ଦୂରୁପଯୋଗକୁ ବରଦାସ୍ତ କରାଯିବନି। ମୁଁ ନିଜେ ଭୁକ୍ତଭୋଗୀ, ତେଣୁ ଏହାକୁ ଆମ ସରକାର ଗୁରୁତ୍ୱ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଥାନା ଅଧିକାରୀମାନେ ଫାଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ। ପୁଲିସର ବ୍ୟବହାର ପୁରା ଜିଲା ଓ ସମାଜ ଉପରେ ପଡ଼ିଥାଏ।

ସେବା ଓ ସୁରକ୍ଷାକୁ ପ୍ରାଥମକିତା ଦେଇ କାମ କରନ୍ତୁ। ଓଡ଼ିଶାକୁ ବହୁତ ଆଗକୁ ନେବାର ଅଛି, ସାଥୀରେ କାମ କରିବାକୁ ପଡ଼ିବ। ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟାର ସମାଧାନ ହୋଇଥାଏ। ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ। ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେମାନେ କଷ୍ଟ କରନ୍ତି। ଥାନା ବାହାରେ ଦିନ ଯାକ ବସିଲେ ବି କେହି ଥାନା ଅଧିକାରୀ ଆସି ପଚାରନ୍ତି ନାହିଁ। ୮/୧୦ଘଣ୍ଟାରେ ଆମ କାମ ସରେନି, ୨୪ଘଣ୍ଟା କାମ କର। ସକାରାତ୍ମକ ଚିନ୍ତାଧାରାରେ କାମ କଲେ ସବୁ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ସମ୍ମିଳନୀରେ ୫ଜିଲାର ଏସପି ଅନୁପସ୍ଥିତ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories