www.samajalive.in
Tuesday, December 9, 2025
17.1 C
Bhubaneswar

କ୍ରୀଡ଼ା ପରିଚାଳନାରେ ଭୁବନେଶ୍ଵର ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଧିରେଧିରେ ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି । କ୍ରୀଡ଼ା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଏସିଆନ ଆଥଲେଟିକ୍ସ ଟାମ୍ପିଆନସିପ, ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପରେ ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ୍ ମହିଳା ହକି ବିଶ୍ୱ କପ୍ କ୍ରୀଡା ଆୟୋଜନର ଆଶା ଉଜ୍ଜଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ, କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାକ ପ୍ରଦାନ କରିବା ଅବସରରେ ଏପରି କହିଛନ୍ତି। କ୍ରୀଡ଼ା ପାଇଁ ପାରା ବ୍ୟାଡ଼ମିଣ୍ଟନରେ ବିଶ୍ୱ ଚମ୍ପିଆନସିପ୍ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲୋଖାଏଁ ପୁରସ୍କାର ଓ ମାନପାତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ୍ ଖେଳାଳୀମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଛନ୍ତି । ସେମାନଙ୍କ ଏହି ସଫଳତା ଓ କ୍ରୀଡ଼ା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ । କ୍ରୀଡା ଆକଶରେ ଭୁବନେଶ୍ୱର ଏବେ ଏକ ଉଜ୍ଜଳ ତାରକା ଭାବେ ସୁନାମ ଅର୍ଜନ କରିଛି । ବିଭିନ୍ନ କ୍ରୀଡା କ୍ଷେତ୍ର ଯଥା- ଆଥଲେଟିକ୍ସ, ଫୁଟବଲ, ଟେନିସ, ବ୍ୟାଡମିନଣ୍ଟନ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରମାନଙ୍କ ସହିତ ସହବନ୍ଧନ କରାଯାଇଛି ।

- Advertisement -

ଏହି କାର୍ୟ୍ୟକ୍ରମରେ ତୃଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ ନାୟକ, କ୍ରୀଡା ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ, ନିର୍ଦ୍ଦେଶକ ଶ୍ରୀ ଭଲିନି କ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories