www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା। ଆଜି ଦିଲ୍ଲୀରୁ ଫେରିବା ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ। ସାରା ଦେଶରେ ୨୯ ହଜାରରୁ ଅଧିକ ହସ୍ପିଟାଲରେ ଏହି ସୁବିଧା ମିଳିବ। ଆୟୁଷ୍ମାନ୍ ଭାରତରେ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷର ଚିକିତ୍ସା ସୁବିଧା ମିଳିବ। ଏପରିକି ସବୁ ପଞ୍ଚାୟରେ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଖୋଲିବ। ଏଠାରେ ଏଏନଏମ୍ ଙ୍କ ସହ ହେଲଥ୍ ଓ୍ବାର୍କର ରହିବେ। ଯୋଗ ଶିକ୍ଷକ ମଧ୍ୟ ରହିବେ । ଏବଂ ଏଥିଲାଗି ପୂର୍ଣ୍ଣ ଭିତ୍ତିଭୂମି ରହିବ।  ଗତକାଲି କେନ୍ଦ୍ର ସରକାରଙ୍କ ସହ ଆୟୁଷ୍ମାନ୍ ଭାରତ ପାଇଁ ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏଥିରେ କୋଟିଏ ୩ ଲକ୍ଷ ଲୋକ ସାମିଲ ହେବେ। ଏତେ ବଡ ଯୋଜନାରୁ ପୂର୍ବରୁ ଓଡିଶାବାସୀଙ୍କୁ ବଞ୍ଚିତ ରଖାଯାଇଥିଲା। ଏବେ ସେମାନଙ୍କୁ ନ୍ୟାୟ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories