କୁହୁଡିରେ ଗାଡି ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ଚାଳକ

ଧାମରା : ଘନ କୁହୁଡିରେ ଗାଡି ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତ୍ତିଲେ ଚାଳକ। ପ୍ରାପ୍ତ ଖବର ଅନୁଯାୟୀ ଗୁଆଁଳ ଗ୍ରାମର କପିଳ ସାହୁ ନିଜ କାର୍ଯ୍ୟ ପାଇଁ ବାଂଶଡା- ଦିଗଛିଆ ରାସ୍ତାରେ ଯାଉଥିବା ବେଳେ ଘନ କୁହୁଡି ଯୋଗୁ ଭାରସାମ୍ୟ ହରାଇ ଗାଡିଟି ନିକଟସ୍ଥ ନଈ ଜୋର ମଧ୍ୟରେ ଓଲଟି ଯାଇଥିଲା। ଗାଡି ମଧ୍ୟରେ ଥିବା ଗାଡିର ମାଲିକ ଏବଂ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଖବର ପାଇ ସ୍ଥାନୀୟ ଲୋକେ ସେହି ସ୍ଥାନକୁ ଯାଇ ସଂପୃକ୍ତ ବ୍ୟକ୍ତି ୨ଜଣକୁ ଉଦ୍ଧାର କରିଥିଲେ।

Comments are closed.