www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତରେ ପହଞ୍ଚିଲା କୋଭିଡ଼ ଟୀକା ’ସ୍ପୁଟନିକ-ଭି’: ପୁନେରେ ମାନବ ପରୀକ୍ଷଣ ଆରମ୍ଭ

୧୭ ସ୍ବେଚ୍ଛାସେବୀଙ୍କୁ ଦିଆଗଲା କୋଭିଡ଼ ଟୀକା ସ୍ପୁଟନିକ-ଭି

୧୦୦ ନିୟୁତ ଡ଼ୋଜ ଟୀକା ଆମଦାନୀ କରିଛି ଭାରତ

୫୦ ନିୟୁତ ଲୋକଙ୍କୁ ଦୁଇଟି ଲେଖାଏଁ ଡ଼ୋଜ୍ ଦିଆଯିବ

ପୁଣେ: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତରେ ପହଞ୍ଚିଲା ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ସ୍ପୁଟନିକ୍ ଭି । ଏହି ଟୀକାକୁ ଚଳିତ ମାସରେ ରୁଷର ଜନସାଧାରଣଙ୍କ ନିମନ୍ତେ ଗଣ ଟୀକାକରଣ କରାଯିବାକୁ ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି । ମାତ୍ର ଭାରତରେ ଏହି ଟୀକା କେତେ କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ ତର୍ଜମା ଆରମ୍ଭ ହୋଇଛି । ପୁନେ ଡ଼ାକ୍ତରଖାନାରେ ପ୍ରଥମକରି ସ୍ପୁଟନିକ-ଭି ଟୀକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ରବିବାର ୧୭ ଜଣ ସ୍ବେଚ୍ଛାସେବୀଙ୍କୁ ଏହି ଟୀକା ଦିଆଯାଇଥିବା ସୂଚନା ମିଳିଛି ।

ସ୍ପୁଟନିକ-ଭି ଟୀକା ରୁଷର  ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମୋଲୋଜି ଓ ମାଇକ୍ରୋବାୟୋଲୋଜି ଏବଂ ରୁଷ ସରକାରଙ୍କ  ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ଦ୍ୱାରା ବିକଶିତ ହୋଇଛି | ରିପୋର୍ଟ ଅନୁଯାୟୀ ରୁଷରୁ ଭାରତ ପ୍ରାୟ ୧୦୦ ନିୟୁତ ଡ଼ୋଜ ସ୍ପୁଟନିକ୍ -ଭି ଡ଼ୋଜ ଟୀକା କ୍ରୟ କରିଛି । ଏହି ଟୀକା ୫୦ ନିୟୁତ ଲୋକଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରଦାନ କରାଯିବ ।

- Advertisement -

ପୁନେ ନୋବେଲ ହସ୍ପିଟାଲର କ୍ଲିନିକାଲ୍ ରିସର୍ଚ୍ଚ ବିଭାଗର ମୁଖ୍ୟ ଡ଼ା. ଏସ.କେ.ରାଉତଙ୍କ ସୂଚନା ଅନୁସାରେ ଗତ ୩ ଦିନ ମଧ୍ୟରେ ୧୭ ଜଣ ସୁସ୍ଥ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି । ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଦିଆଯାଇଥିବା ଟୀକାର ପ୍ରତିକ୍ରିୟା ପ୍ରତି ସପ୍ତାହରେ ଅନୁଧ୍ୟାନ କରାଯିବ । ଯେଉଁମାନେ ଟୀକା ନେଇଛନ୍ତି ସେମାନଙ୍କର ଆଣ୍ଟିବଡ଼ି ପରୀକ୍ଷା ସହ ଅନ୍ୟାନ୍ୟ କ୍ଲିନିକାଲ ପରୀକ୍ଷା ନିୟମିତ କରାଯିବ ବୋଲି ଡ଼ା. ରାଉତ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories