ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଦେଶର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଖରାପ ଡିଜିଟାଲ ସଂଯୋଗର ସମାଧାନ ପାଇଁ ଚିଠି ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ଖରାପ ଡିଜିଟାଲ ସଂଯୋଗ ଯୋଗୁ ନ୍ୟାୟ ପ୍ରଦାନର ଗତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଶନିବାର ଦିନ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଜଷ୍ଟିସ ରମନ୍ନା କହିଛନ୍ତି ଯେ ଗ୍ରାମାଞ୍ଚଳ, ଆଦିବାସୀ, ଦୂର ତଥା ପାହାଡ଼ିଆ ଅଞ୍ଚଳରେ ଖରାପ ସଂଯୋଗ ନ୍ୟାୟ ବିତରଣର ଗତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।
ଡିଜିଟାଲ ବିଭେଦ ଯୋଗୁଁ ଓକିଲମାନଙ୍କୁ ବ୍ୟବସ୍ଥାରୁ ବାହାର କରି ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ମହାମାରୀରେ ଚାକିରୀ ହରାଇଥିବା ଯୁବ ଆଇନଜୀବୀଙ୍କୁ ସହାୟତା କରିବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ -୧୯ ଟୀକାକରଣରେ ସମ୍ମୁଖ ଯୋଦ୍ଧା ଭାବରେ ଆଇନଜୀବୀ ତଥା ସେମାନଙ୍କ ସହଯୋଗୀଙ୍କୁ ପ୍ରାଥମିକତା ଦେବାକୁ ପ୍ରଧାନ ବିଚାରପତି କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



