www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ନାକଟିଦେଉଳ ବ୍ଲକର ୨ ଜଣଙ୍କୁ ସଫଳତା

ନାକଟିଦେଉଳ : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସମ୍ବଲପୁର ଜିଲ୍ଲାର ଉପାନ୍ତ ନାକଟିଦେଉଳ ବ୍ଲକ ଅଞ୍ଚଳର ଦୁଇ ଜଣ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ନାକଟିଦେଉଳ ବ୍ଲକ ସରାପାଲି ଗାଁର ବିଶ୍ୱକ୍‍ସେନ ପୁରାହିତ ର‌୍ୟାଙ୍କ ୩୩୧ରେ ଥିବାବେଳେ ଅନ୍ୟ ଜଣେ ହେଲେ ନାକଟିଦେଉଳ ବ୍ଲକ ଟାଙ୍ଗିଆନିଶା ଗାଁର ନରହରି ବେହେରା। ସେ ୫୬୮ ର‌୍ୟାଙ୍କରେ ରହିଛନ୍ତି।  ସରାପାଲି ଗାଁର ସୁନୀଲ କୁମାର ପୁରୋହିତ ଏବଂ ସୁଷମା ପୁରୋହିତଙ୍କ ପୁତ୍ର ବିଶ୍ୱକ୍‍ସେନ ଏହି ପରୀକ୍ଷାରେ ଦ୍ୱିତୀୟ ଥରରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଜଗନ୍ନାଥ ପ୍ରସାଦ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଥମରୁ ତୃତୀୟ  ଶ୍ରେଣୀ ପର୍ଯ୍ୟନ୍ତ, ୪ର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରେଢାଖୋଲ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପାଠ ପଢିଥିବାବେଳେ ନାକଟିଦେଉଳ ଯୁକ୍ତ ଦୁଇ କଲେଜରେ ବିଜ୍ଞାନ ଏବଂ ଦେବଗଡ଼ ମୋଡ଼େଲ ଡ଼ିଗ୍ରୀ କଲେଜରେ ସ୍ନାତକ ପଢିଥିଲେ । ତାଙ୍କର ଏହି ସଫଳତା ପଛରେ ବାପା,ମାଅ ଅଜା ପୁର୍ବତନ ସରପଞ୍ଚ ତଥା ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତଃ ବଳରାମ ପୁରୋହିତ ଏବଂ ଆଇ ଦେବହୁତି ପୁରୋହିତଙ୍କର ହାତ ରହିଥିବା ସେ ପ୍ରକାଶ କରିଛନ୍ତି । ତେବେ ସମାଜ ର ଅସହାୟ,ଗରୀବ ଲୋକଙ୍କ ପାଇଁ କିଛି କାମ କରିବାକୁ ସୁଯୋଗ ମିଳି ଥିବାରୁ ସେ ବେଶ ଖୁସି ଅଛନ୍ତି ଏବଂ ଆଗାମୀ ଦିନରେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଥିବା ସେ ସମାଜ କୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେହିପରି ଟାଙ୍ଗିଆନିଶା ଗାଁର ସ୍ୱର୍ଗତଃ ମୁରଲୀଧର ବେହେରା ଏବଂ ହୀରା ବେହେରାଙ୍କ ପୁତ୍ର ନତହରି ବେହେରା ପ୍ରଥମ ଥରରେ ଏହି ସଫଳତା ହାସଲ କରିଥିବାବେଳେ ସେ ୨୦୨୨ ଜୁନ ୩୦ତାରିଖରେ ବାୟୁସେନାର ଟେକ୍ନିକାଲ ସର୍ଜେଣ୍ଟ ଚାକରିରୁ ଅବସର ଗହଣ କରିବା ପରେ ଓଏସଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ବିନା କୌଣସି କୋଚିଂ ରେ ନିଜେ ଘରେ ପଢି ସେ ଏହି ସଫଳତା ପାଇଥିବା ପ୍ରକାଶ କରିଥିବା ବେଳେ ଏହା ପଛରେ ଶିକ୍ଷୟତ୍ରୀ ସ୍ତ୍ରୀ ଦମୟନ୍ତୀ ସାହୁ ଏବଂ ସମ୍ବଲପୁର କେନ୍ଦ୍ରିୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିବା ଝିଅ ସାଇନା ଙ୍କ ହାତ ଥିବା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories