www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ୪ ଜଣ କୃତକାର୍ଯ୍ୟ

ଭବାନୀପାଟଣା: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର ୪ ଜଣ କୃତକାର୍ଯ୍ୟ ହେଇଥିବା ସୂଚନା ମିଳିଛି। ଜୁନାଗଡ଼ ସହରର ଲଲାଟେନ୍ଦୁ ଦଣ୍ଡସେନା ୪୭ ନମ୍ୱର ସ୍ଥାନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ର ସହ କୃତକାର୍ଯ୍ୟ ହୋଇଛନ୍ତି। ଜୁନାଗଡ଼ ସହର ମଧ୍ୟମପଡ଼ା ନିବାସୀ ଜଗନ୍ନାଥ ଦଣ୍ଡସେନା ଏବଂ ଶାନ୍ତିଲତା ଦଣ୍ଡସେନାଙ୍କ ସାନପୁଅ ଲଲାଟେନ୍ଦୁ ସଂପ୍ରତି ଦୁନ୍ଦେଲମାଲ ସ୍କୁଲ୍ ରେ କାର୍ଯ୍ୟରତ ଅଛନ୍ତି। ଲଲାଟେନ୍ଦୁଙ୍କ ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେହିଭଳି ସ୍ଥାନୀୟ ଗାନ୍ଧୀଛକ ନିବାସୀ କୋଶଳ ଅଗ୍ରୱାଲଙ୍କ ଝିଅ ସୋନମ୍ ଅଗ୍ରୱାଲ ୧୧୪ ନମ୍ୱର୍ ରଖି କୃତକାର୍ଯ୍ୟ ହେଇଛନ୍ତି। ସ୍ଥାନୀୟ ଇରିଗେଶନ କଲୋନୀ ବାସିନ୍ଦା  ପ୍ରମୋଦ ରଥ ଏବଂ ସସ୍ମିତା ମହାପାତ୍ରଙ୍କ ପୁଅ ପ୍ରତୀକ ରଥ ୩୭୮ ନମ୍ୱର୍ ରଖି କୃତକାର୍ଯ୍ୟ ହେଇଛନ୍ତି। ନିକଟରେ  ରାଜ୍ୟ ଓଏମଏଏସରେ କାର୍ଯ୍ୟ କରିବାକୁ ଯୋଗ୍ୟ ବିବେଚିତ ହେଇଥିବା ପ୍ରତୀକ  ପୂର୍ବରୁ ଅନେକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଇଥିଲେ। ସେହିଭଳି କୋକସରାର ଶିବାନୀ ନାଏକ ୬୨୭ ନମ୍ୱର୍ ରଖି କୃତକାର୍ଯ୍ୟ ହେଇଛନ୍ତି। କୋକସରା ଟେମରା ଗାଁ ବାସିନ୍ଦା ରାଜେନ୍ଦ୍ର ନାଏକ ଏବଂ ପାର୍ବତୀ ନାଏକଙ୍କ ଝିଅ ଶିବାନୀ ସଂପ୍ରତି ଧର୍ମଗଡ ବ୍ଲକରେ ଡବ୍ଲୁଇଓ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories