www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ଜନଜାତି ପାଇଲେ ଓଏଏସ

ଗୁଣପୁର: ସ୍ଥାନୀୟ ରାମନାଗୁଡା ବ୍ଲକ ଉକୁମ୍ବା ପଞ୍ଚାୟତ ର ଟିକରପଡା ଗ୍ରାମର ଦେବେନ୍ଦ୍ର ଶବର ଓ ଗୁଣପୁର ବ୍ଲକ ଟିଟିମିରି ଗ୍ରାମର ବିନୋଦ ଶବର ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦେବେନ୍ଦ୍ର ପୁର୍ବରୁ ମଧ୍ୟ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ କମ୍ ନମ୍ବର ରଖି ଓଏଫଏସ ପାଇ ମାଛଖୁଣ୍ଟରେ ସବ୍ ଟ୍ରେଜେରୀ ଅଫିସର ଅଛନ୍ତି। ଗରିବ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦେବେନ୍ଦ୍ର ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା। ସେ କୁଜେନ୍ଦ୍ରି ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଟପର ହୋଇ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଥିଲେ। ଏବେ ପୁଣି ସେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୫୬୩ ରାଙ୍କ ରଖିଥିବା ଜଣାପଡିଛି। ସେ ତାଙ୍କ ଚାକିରି ଜୀବନ ଏହି ଜିଲ୍ଲାରୁ ହିଁ ଜଣେ କିରାଣି ଭାବେ ଆରମ୍ଭ କରିଥିଲେ। ଆଜି ଏହି ସଫଳତା ପାଇବା ପରେ ମାଟିର ପୁଅର ସଫଳତା ପାଇଁ ଟିକରପଡା ଗାଁ ରେ ଉତ୍ସାହ ଦେଖାଦେଇଛି। ଗୁଣପୁର ବ୍ଲକ ଟିଟିମିରି ଗ୍ରାମର ବିନୋଦ ଶବର ୬୦୦ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଥର ଚେଷ୍ଟାରେ ସେ ଏଇ ସଫଳତା ହାସଲ କରିଥିବା କହିଛନ୍ତି। ବିନୋଦ ଏବେ ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ  ସାମାଜିକ ସୁରକ୍ଷା ଅଧିକାରୀ ଅଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories