www.samajalive.in
Friday, December 5, 2025
26.1 C
Bhubaneswar

ଦିଲ୍ଲୀରେ ସ୍କୁଲ ନିକଟରେ ବିସ୍ଫୋରଣ: ଘଟଣା ସ୍ଥଳରେ ପୁଲିସ ଓ ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ସିଆରପିଏଫ ସ୍କୁଲର କାନ୍ଥରୁ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବିସ୍ଫୋରଣ ପରେ ସେଠାରେ ଧୂଆଁ ଉଠୁଥିବା ମଧ୍ୟ ଦେଖାଯାଇଛି। ରୋହିଣୀ ଡିସିପି ଅମିତ ଗୋୟଲ କହିଛନ୍ତି ଯେ, ବିସ୍ଫୋରଣର କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କୁ ଡକାଯାଇଛି। ବର୍ତ୍ତମାନସୁଦ୍ଧା ଏହା କେଉଁ ପ୍ରକାରର ବିସ୍ଫୋରଣ ଏବଂ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞ ଦଳ ହିଁ ସ୍ଥିତି ବିଷୟରେ ବିସ୍ତୃତ ସୂଚନା ଦେଇପାରିବେ। କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସେଲ ସ୍ପେଶାଲ କର୍ମଚାରୀ ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ସକାଳ ପ୍ରାୟ ୭.୫୦ ସମୟରେ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖରବ ଦିଆଯାଇଥିଲା। ଫଳରେ ତୁରନ୍ତ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କାନ୍ଥରେ ନିଆଁ ଲାଗିବା କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଟିମ୍‌ ଲଗାତର ଭାବେ ଅଞ୍ଚଳରେ ଅନୁସନ୍ଧାନ କରୁଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories