www.samajalive.in
Saturday, December 6, 2025
23.1 C
Bhubaneswar

ଦିଲ୍ଲୀରେ ସ୍କୁଲ ନିକଟରେ ବିସ୍ଫୋରଣ: ଘଟଣା ସ୍ଥଳରେ ପୁଲିସ ଓ ବିଶେଷଜ୍ଞ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ସିଆରପିଏଫ ସ୍କୁଲର କାନ୍ଥରୁ ଏହି ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ବିସ୍ଫୋରଣ ପରେ ସେଠାରେ ଧୂଆଁ ଉଠୁଥିବା ମଧ୍ୟ ଦେଖାଯାଇଛି। ରୋହିଣୀ ଡିସିପି ଅମିତ ଗୋୟଲ କହିଛନ୍ତି ଯେ, ବିସ୍ଫୋରଣର କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କୁ ଡକାଯାଇଛି। ବର୍ତ୍ତମାନସୁଦ୍ଧା ଏହା କେଉଁ ପ୍ରକାରର ବିସ୍ଫୋରଣ ଏବଂ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞ ଦଳ ହିଁ ସ୍ଥିତି ବିଷୟରେ ବିସ୍ତୃତ ସୂଚନା ଦେଇପାରିବେ। କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସେଲ ସ୍ପେଶାଲ କର୍ମଚାରୀ ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ସକାଳ ପ୍ରାୟ ୭.୫୦ ସମୟରେ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖରବ ଦିଆଯାଇଥିଲା। ଫଳରେ ତୁରନ୍ତ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କାନ୍ଥରେ ନିଆଁ ଲାଗିବା କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ। ଟିମ୍‌ ଲଗାତର ଭାବେ ଅଞ୍ଚଳରେ ଅନୁସନ୍ଧାନ କରୁଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories