୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ; ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର
ନୂଆଦିଲ୍ଲୀ: ୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆଇଏଏସ ପାଇଁ ୧୮୦ ଜଣ, ଆଇପିଏସ ପାଇଁ ୨୦୦ ଜଣ ଓ ଆଇଏଫ୍ଏସ ପାଇଁ ୩୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥର ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଝିଅ।
ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମରେ ରହି ଟପ୍ପର ହୋଇଛନ୍ତି। ତାଲିକାର ୨ୟ ସ୍ଥାନରେ ଅଙ୍କିତା ଅଗ୍ରୱାଲ, ୩ୟ ସ୍ଥାନରେ ଗାମିନି ସିଙ୍ଗ୍ଲା ରହିଛନ୍ତି।
ସେହିପରି ତାଲିକାରେ ଓଡ଼ିଶାର ଅଙ୍କୁର ଦାସ ୫୨, କାର୍ତ୍ତିକ ପାଣିଗ୍ରାହୀ ୬୩, ଗୌରଭ ଅଗ୍ରୱାଲ୍ ୮୬, ଦୁର୍ଗା ପ୍ରସାଦ ଅଧିକାରୀ ୨୦୫, ବିଶ୍ବ ବିଶ୍ରୁତ ତ୍ରିପାଠୀ ୨୩୨, ଅନୁପ ଗର୍ଗ ୨୬୯, ସମୀର କୁମାର ଜେନା ୨୭୩, ସୌମ୍ୟରଞ୍ଜନ ପ୍ରଧାନ ୩୦୬, ହର୍ଷିତ ମେହେର ୩୭୬, ମାନସ ରଞ୍ଜନ ସାହୁ ୫୧୩ ର୍ୟାଙ୍କରେ ରହିଛନ୍ତି।
Comments are closed.