‘ସିଫାବ୍ରୁଡ଼’ର ପୁନଃ ବାଣିଜ୍ୟକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ପିପିଲି:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଦ୍ୱାରା ଉଦ୍ଭାବନ ହୋଇଥିବା କାର୍ପ ଜାତୀୟ ପୋଖତା ମାଛମାନଙ୍କ ନିମନ୍ତେ ଏକ ଅଦ୍ୱିତୀୟ ଖାଦ୍ୟ କୁହାଯାଉଥିବା ‘ସିଫାବ୍ରୁଡ଼’ର ପୁନଃ ବାଣିଜ୍ୟକରଣ ପାଇଁ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା କୋମରଦାର ‘ୟୁନୋଫିଡ୍ସ’ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ଅବସରରେ ସିଫା ପରିସରରେ ଆୟୋଜିତ ବୈଠକରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ୟୁନୋଫିଡ୍ସର ଉପସଭାପତି ଶ୍ରୀରାମ କିରଣ ୟାରାଙ୍କୁ ବୁଝାମଣାପତ୍ର ଓ ଟେକ୍ନୋଲୋଜି ନୋ-ହାଓ କୁ ହସ୍ତାନ୍ତର କରିଥିଲେ। ଏହି ବୈଠକରେ  ପ୍ରଫେସର ପି.କେ. ସାହୁ, ରଫି ଅହମଦ କିଦୱାଇ ପୁରସ୍କାର ବିଜେତା ଡଃ ପି. ସ୍ୱାଇଁ, ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି. କେ. ସିହ୍ନା ଓ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଟିମ୍ ଲିଡର ଡଃ ଏସ୍. ନନ୍ଦୀ ସିଫାବ୍ରୁଡ଼ ସଂପର୍କରେ ସମ୍ୟକ ଆଲୋକପାତ କରିଥିଲେ। ସିଫାବ୍ରୁଡ଼ ଖାଦ୍ୟ ପ୍ରୟୋଗ ଦ୍ୱାରା ଅଧିକ ସ୍ପନ ଉତ୍ପାଦନ ସହିତ ଉତ୍ତମ ଗୁଣବତ୍ତାର ବିହନ ଉତ୍ପାଦିତ ହୋଇପାରିବ। ଡିସେମ୍ବର-ଜାନୁଆରୀ ମାସରେ କାର୍ପମାଛର ଆଗୁଆ ପ୍ରଜନନ ପାଇଁ ଏବଂ ମାଛଗୁଡ଼ିକୁ ପୂର୍ଣ୍ଣ ବିକଶିତ କରିବା ପାଇଁ ଏହା ବହୁତ ଫଳପ୍ରଦ ହେଉଥିବାରୁ ତାମିଲନାଡୁ ହାଚେରୀ ପରିଚାଳକମାନେ ସିଫାବ୍ରୁଡ଼କୁ ଅଧିକ ପସନ୍ଦ କରୁଥିବା ସଂପର୍କରେ ସିଫା ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.