ଚୌଦ୍ୱାର: ଜ୍ଞାନ ବିଜ୍ଞାନ, ଦର୍ଶନ ଓ ସାହିତ୍ୟାନୁଷ୍ଠାନ କାୟାକଳ୍ପ ତରଫରୁ ସ୍ଥାନୀୟ ସରକାରୀ ମ୍ୟୃୁନିସିପାଲ ହାଇସ୍କୁଲରେ ଅମୃତ ମହୋତ୍ସବ ସମ୍ପର୍କିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କ୍ଷଣପ୍ରଭା ସେଣ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାୟାକଳ୍ପର ଉପଦେଷ୍ଟା ଅବସରପ୍ରାପ୍ତ ବରିଷ୍ଠ ପୋଲିସ୍ ଅଧିକାରୀ ରାଜ କିଶୋର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଭଲ ପାଠ ପଢ଼଼ି ବଡ଼ ମଣିଷ ହୋଇ ଦେଶସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ତ୍ରିଲୋଚନ ଦାଶ ଓ ଗୁରୁଜନ ଖୁଣ୍ଟିଆ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଶିକ୍ଷୟତ୍ରୀ ସୁଜାତା ମହାପାତ୍ର, ସୁମିତ୍ରା ସାହୁ, ମିନୁଶ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସଂଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



