www.samajalive.in
Sunday, December 7, 2025
26.1 C
Bhubaneswar

କାରଖାନାରୁ ଚୋରି ଅଭିଯୋଗରେ ଜଣେ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ସ୍ଥିତ ଏକ ଫ୍ଲାଏ ଆସ୍‌ ଇଟା ତିଆରି କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ୍‌ ଜଣଙ୍କୁ ଗିରଫ କରିଛି  । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗ୍ରାହାଟ ଗ୍ରାମର ସେକ୍‌ ଗଫର(୪୩)  । ପୁଲିସର ସୂଚନା ଅନୁଯାୟୀ କାରଖାନାର ମାଲିକ ଜଗତଜୀବନ ମହାନ୍ତି କାରଖାନା ବନ୍ଦ କରି କିଛିଦିନ ପାଇଁ  ଦିଲ୍ଲୀ ଯାଇଥିବା ବେଳେ  କାରଖାନାରେ କେହି ନଥିବା ସୁଯୋଗନେଇ କାରଖାନା ଭିତରୁ ଛାଞ୍ଚ, ଲୁହା ପ୍ଲେଟ ସହିତ ଅନ୍ୟାନ୍ୟ ଇଟା ତିଆରି ଯନ୍ତ୍ରାଂଶ ଚୋରେଇ ନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ  । ପୁଲିସ ଘଟଣାର ତଦନ୍ତକରି କବାଡ଼ି କାରବାର କରୁଥିବା ଗଫରକୁ ଗିରଫ କରିବା ସହିତ ତା ଗୋଦାମରୁ ଚୋରି ସାମଗ୍ରୀ ଜବତ କରିଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି  ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories