www.samajalive.in
Wednesday, December 10, 2025
16.1 C
Bhubaneswar

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ଓଟିଏମ୍‍ କଲୋନୀରେ ରହୁଥିବା ଯୁବ ସଂଗଠକ ବିରଞ୍ଚି ନାରାୟଣ ଦାସ(୫୦) ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।ପ୍ରକାଶଯେ ଅଞ୍ଚଳରେ ଜଣେ ସୁସଂଗଠକ ଭାବେ ଜଣାଶୁଣା ବିରଞ୍ଚି ଶୁକ୍ରବାର ରାତିରେ ଖାଇସାରି ତାଙ୍କ ଘରେ ଶୋଇଥିବା ବେଳେ ପରଦିନ ଭୋର ସମୟରେ ସେ ବେକରେ ଗାମୁଛା ବାନ୍ଧି ରୋଷେଇ ଘରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ।ଖବର ପାଇ ଚୌଦ୍ୱାର ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।ମୃତ୍ୟୁର ସଠିକ୍‍ କାରଣ ଜଣା ପଡ଼ିନାହିଁ। ବିରଞ୍ଚିଙ୍କ ପରିବାର ସୁତ୍ରରୁ ପ୍ରକାଶଯେ ବିରଞ୍ଚି ବିଭିନ୍ନ ଅର୍ଥ ଲଗାଣକାରୀ ଫଣ୍ଡ ସହିତ ସମ୍ପୃକ୍ତ ଥିବାବେଳେ ବହୁ ଲୋକ ତାଙ୍କ ପାଖରୁ ମୋଟା ଟଙ୍କା ଉଧାର ଅକାରରେ ନେଇ ଫେରସ୍ତ କରୁନଥିବାରୁ ସେ ଗତ କିଛି ଦିନ ହେଲା ମାନସିକ ଦୁଶ୍ଚିନ୍ତା ଭିତରେ ରହୁଥିଲେ। ଏପଟେ ଫଣ୍ଡରେ ଅର୍ଥ ଲଗାଇଥିବା ବ୍ୟକ୍ତି ମାନେ ସେମାନଙ୍କ ଜମା ଅର୍ଥ ମାଗିବା କାରଣରୁ ସେ ଏହାକୁ ନେଇ ବିଚଳିତ ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଆଶଂକା ପ୍ରକାଶ କରିଛନ୍ତି।ବିରଞ୍ଚିଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,କାଉନସିଲର ଦିଲ୍ଲିପ କୁମାର ସାହୁ ଆଦିଙ୍କ ସମେତ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories