www.samajalive.in
Wednesday, December 10, 2025
23.1 C
Bhubaneswar

ଚୌଦ୍ୱାରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଚୌଦ୍ୱାର: ଭାରତର ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶରେ ଚାଲିଥିବା ‘ହରଘର ତ୍ରିରଙ୍ଗା’ ଅଭିଯାନ ପରିପ୍ରେକ୍ଷୀରେ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ରେ ତ୍ରିରଙ୍ଗା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ପରେପରେ ଅଧ୍ୟକ୍ଷା , ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ, ନଗର ମହିଳା ବିଜେଡ଼ି ସଭାପତି କବିତା ଲେଙ୍କା ପ୍ରମୁଖ ୱାର୍ଡ଼ରେ ଘରକୁ ଘର ଯାଇ ଜାତୀୟ ପତାକା ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ଥାନୀୟ ମହିଳା ମାନଙ୍କୁ ଅଧ୍ୟକ୍ଷା ଶ୍ରୀମତୀ ସାମଲ ଉଦ୍‍ବୋଧନ ଦେଇ ସରକାରଙ୍କ ମାଶନ୍‍ ଶକ୍ତି କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ। ଏହି ଅବସରରେ ଓଟିଏମ୍‍ ହାଇସ୍କୁଲରେ ହରଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ମମତା ସାହୁ ଏବଂ ଏନ୍‍ସିସି ଶିକ୍ଷକ ଜିତେନ୍‍ ରାଉତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନେ ଜାତୀୟ ପତାକା ଉପରେ ୭୫ଟି ଦୀପ ପ୍ରଜ୍ୱଳନ ପୂର୍ବକ ଭାରତ ମାନଚିତ୍ରର ପ୍ରଦର୍ଶନ କରିଥିଲେ।ସ୍ୱାଧୀନତାର ୭୫ ବର୍ଷ ଉତ୍ସବ ପାଳନ ସମ୍ପର୍କିତ ଏକ ସଚେତନତା ରାଲି ଓଟିଏମ୍‍ କଲୋନୀ ପରିକ୍ରମା କରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories