www.samajalive.in
Wednesday, December 10, 2025
16.1 C
Bhubaneswar

ପୁଲିସର ମୋଷ୍ଟ ୱାଣ୍ଟେଡ ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ପରିଛା ଗିରଫ

ମୋହନା: ଗଜପତି ଜିଲା ଅଡ଼ବା ପୁଲିସକୁ ମିଳିଛି ବଡ ସଫଳତା। ଗତ ୨୦୦୮ ଠାରୁ ପୁଲିସର ମୋଷ୍ଟ ୱାଣ୍ଟେଡ ଥିବା ଦୁର୍ଦ୍ଧାନ୍ତ ମାଓବାଦୀ ପ୍ରଫୁଲ୍ଲ ପରିଛା(୫୦)କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଗଜପତି ଜିଲା ଅଡ଼ଵା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ପ୍ରକାରେ, ଗତ ୨୦୦୮ ରୁ ପ୍ରଫୁଲ୍ଲ ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହି ଆସିଥିଲା। ସେ ଗତ ୨୦୦୮ରୁ ୨୦୧୦ ମଧ୍ୟରେ ମାଓ ସଂଗଠନରେ ସାମିଲ ରହି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲା। ତାଙ୍କ ବିରୋଧରେ ଅଡ଼ଵା ଥାନାରେ ଗତ ୨୦୦୮-୨୦୧୦ ମଧ୍ୟରେ ୭ ଗୋଟି ମାମଲା ଯଥା – ରାଷ୍ଟ୍ରଦ୍ରୋହ, ହିଂସାକାଣ୍ଡ, ରାସ୍ତା ଅବରୋଧ, ସର୍ବ ସାଧାରଣ ରାସ୍ତାକୁ ନଷ୍ଟ କରିବା ଆଦି ବିଭିନ୍ନ ସଂଗୀନ ମାମଲା ରହିଥିଲା। ୨୦୦୮ରୁ ପୁଲିସ ପ୍ରଫୁଲ୍ଲକୁ ଧରିବା ପାଇଁ ବହୁ ଚେଷ୍ଟା କରି ଆସୁଥିଲା। ଗତ ୩ ଦିନ ତଳେ ପ୍ରଫୁଲ୍ଲ ନିଜ ଗ୍ରାମରେ ରହିଥିବା ନେଇ ଅଡ଼ଵା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପୁଲିସ କୌଶଳକ୍ରମେ ପ୍ରଫୁଲ୍ଲ ରହୁଥିବା ନିଜ ଗ୍ରାମ ଡେକାପଙ୍କା ଗ୍ରାମରେ ପହଞ୍ଚି ଆତର୍କିତ ଭାବେ ଚଢ଼ଉ କରିଥିଲା ଏବଂ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଆଜି ପ୍ରଫୁଲ୍ଲକୁ କୋର୍ଟ ଚାଲାଣ କରାଯାଇଥିବା ଅଡ଼ଵା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories