www.samajalive.in
Monday, December 15, 2025
15.1 C
Bhubaneswar

ବହୁରୂପୀ ଠକ ନାମରେ ଆଉ ଏକ ମାମଲା ରୁଜୁ

ସମ୍ବଲପୁର :  ସମ୍ବଲପୁରର ଧନୁପାଲି ମହାବୀରପଡା ନିବାସୀ ବହୁରୂପୀ ଠକ ଲୋକନାଥ ମହାନ୍ତିଙ୍କ ନାମରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ମୁଦିପଡା ନିବାସୀ ଚାନ୍ଦ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ପ୍ରମୁଖ ଗଣମାଧ୍ୟମର ବ୍ୟୁରୋ ମୁଖ୍ୟ ବୋଲି ପରିଚୟ ଦେଇ ଚାକିରୀ କରାଇ ଦେବାର ପ୍ରତିଶୃତି ଦେଇଥିଲେ। ଚାକିରୀ କରାଇ ଦେବା ଆଳରେ ଅଭିଯୁକ୍ତ ଲୋକନାଥ ମହାନ୍ତି ଉକ୍ତ ବ୍ୟକ୍ତିଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଛନ୍ତି । ଚାକିରୀ ନ ପାଇବା ଏବଂ ଏହି ବହୁରୁପୀ ଠକ ସମ୍ବନ୍ଧରେ ଜାଣିବା ପରେ ପୀଡିତ ବ୍ୟକ୍ତି ଟାଉନ ଥାନାରେ ଅଭିଯୋଗ କରିବାରୁ ପୁଲିସ  ଏକ ମାକଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ନିଜକୁ ସାମ୍ବାଦିକ, ଆୟକର ଅଧିକାରୀ, ପୁଲିସ ଅଧିକାରୀ ଇତ୍ୟାଦି ବିଭିନ୍ନ ରୂପରେ ଲୋକଙ୍କ ଠକିବା ଓ ବ୍ଲାକମେଲ କରିବା ଅଭିଯୋଗରେ ହୀରାକୁଦ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories