www.samajalive.in
Saturday, December 13, 2025
21.1 C
Bhubaneswar

ଗୁଟକା ଯାଞ୍ଚ ସହ ୯ ହଜାର ଜରିମାନା ଆଦାୟ 

ଗୋପାଳପୁର : ଗୋପାଳପୁର ଅଞ୍ଚଳରେ ବୁଧବାର ସିଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ଏନଟିସିପି ପକ୍ଷରୁ ଗୁଟକା ଯାଞ୍ଚ ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସଚେତନ କରାଯାଇଥିବା ଜଣାପଡିଛି । ସୂଚନା ଯେଗ୍ୟ, ସ୍କୁଲ ଓ କଲେଜ ନିକଟରେ ଘୁଟୁକା ବିକ୍ରି କରୁଥିବା ବେଳେ ବହୁ ଛାତ୍ର ମାନେ ସେବନ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଆଜି ଏକ ଡ୍ରଗ ସ୍କ୍ୱାଡ୍, ଫୁଡ୍ ସେଫ୍ଟି ଓ ଗୋପାଳପୁର ପୁଲିସ ମିଳିତ ଭାବେ ସ୍ଥାନୀୟ ମାଣ୍ଡିଆପଲ୍ଲି, ରଙ୍ଗେଇଲୁଣ୍ଡା ଓ କରାପଲ୍ଲୀ ଗ୍ରାମର ସ୍କୁଲ ଓ କଲେଜ୍ ନିକଟରେ ଥିବା ପାନ ଦୋକାନ ଓ ଆଖ ପାଖରେ ଥିବା ପ୍ରାୟ ୪୦ଟି ଦୋକାନ ଯାଞ୍ଚ କରିବା ସହ ପ୍ରାୟ ୯ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ଜଣାପଡିଛି । ଯାଞ୍ଚ ବେଳେ ଏନଟିସିପିର ଅନନ୍ତ କୁମାର ନାୟକ, ଫୁଡ୍ ସେଫ୍ଟିର ଚିନ୍ମୟ ପାଢ଼ୀ, ଗୋପାଳପୁର ଥାନାର ଏଏସଆଇ ପ୍ରଶାନ୍ତ କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ରହି ଦୋକାନୀଙ୍କୁ ସଚେତନତା କରିଛନ୍ତି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories