www.samajalive.in
Monday, December 15, 2025
15.1 C
Bhubaneswar

ଭୋଲା ଜିଲା ସାଧାରଣ ସମ୍ପାଦକ ନିଯୁକ୍ତ

ସମ୍ବଲପୁର  : ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ ଏବେ ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି । ଏହି କ୍ରମରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏହାର ସମ୍ବଲପୁର ଜିଲା ଶାଖାକୁ ସଜଡା ଯାଉଛି । ବିଗତ ଦିନରେ ଜିଲା ସଭାପତି ରୂପେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ବୁଧବାର ଜିଲାର ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ନୂତନ ପଦାଧିକାରୀ ମାନଙ୍କ ମଧ୍ୟରେ ସମ୍ବଲପୁରର ଜଣାଶୁଣା ଯୁବ ନେତା, ସମାଜସେବୀ ଓ ସାମାଜିକ କର୍ମୀ ଭୋଲା ଶଙ୍କର ମହତ୍ତମଙ୍କୁ ବିଜୁ ଜନତା ଦଳର ସମ୍ବଲପୁର ଶାଖାର ସଂପାଦକ ରୂପେ ନିଯୁକ୍ତ ଦିଆଯାଇଛି । ଶ୍ରୀ ମହତ୍ତମ ଛାତ୍ରାବସ୍ଥାରୁ ରାଜନୀତି ଓ ସମାଜସେବା ସହିତ ନିଜକୁ ନିୟୋଜିତ କରି ରଖିଥିବା ବେଳେ ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଗୁରୁଦାୟିତ୍ୱ ଅର୍ପଣ କରିଥିବାରୁ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏବେ ଶ୍ରୀ ମହତ୍ତମ ଯାଦବ ସଂଘ ସମ୍ବଲପୁରର ଶାଖାର ସଭାପତି ରହିଥିବା ବେଳେ ଏହି ନବ ନିଯୁକ୍ତି ଖବର ମିଳିବା ପରେ ଯାଦବ ସମାଜ, ବିଭିନ୍ନ କଳାକାର ସଂଘ ଓ ସମର୍ଥକ ମାନେ ତାଙ୍କ ବାସଭବନକୁ ଯାଇ ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଛନ୍ତି । ଏହି ଗୁରୁଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥିବାରୁ ଶ୍ରୀ ମହତ୍ତମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ସଭାପତି ଇଂ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦଳ ପକ୍ଷରୁ ଦିଆଯାଇଥିବା ଗୁରୁଦାୟିତ୍ୱକୁ ନିଷ୍ଠାର ସହିତ ନିର୍ବାହ କରି ଦଳକୁ ଆହୁରୀ ସଦୃଢ଼ କରିବେ ବୋଲି ଶ୍ରୀ ମହତ୍ତମ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories