www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଦୁର୍ଘଟଣା : ଜଣେ ମୃତ, ୨ ଗରୁତର

ଫୁଲବାଣୀ :  : ବୁଧବାର ବିଳମ୍ବିତ ରାତ୍ରରେ ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟସ୍ଥ ଶଂଖୀକଟା ଶାଳବଣ ବୁଲାଣିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ବାରିକୁମ୍ପ ଗ୍ରାମର ଦିନବନ୍ଧୁ କହଁର ଏବଂ ଗୁରୁତର ବ୍ୟକ୍ତି ଜଣକ ହେଲେ ବନମାଳୀ କହଁର। ସେହିପରି  ଖଜୁରୀପଡ଼ା ଥାନା ଅଞ୍ଚଳ କନ୍ଧମାଳ ସୀମା ପାଖରେ କାର୍ ବାଇକକୁ ପଛରୁ ପିଟିଛି । ଫଳରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଜଣଙ୍କ ଚକାପାଦ ଲାଇନପଡ଼ା ବପଲମେଣ୍ଡି ଗାଁର ସୁକାନ୍ତ ବେହେରା ବୋଲି ଜଣାପଡ଼ିଛି। ସୂଚନ ଅନୁଯାୟୀ, ବୁଧବାର  ସୁକାନ୍ତ ବାଇକ୍ ଯୋଗେ ଲାଇନପଡ଼ାରୁ ମାଧପୁର ଯାଉଥ‌ିବାବେଳେ ଗୋଟିଏ କାର ଦ୍ରୁତ ଗତିରେ ଆସି ବାଇକକୁ ପଛରୁ ପିଟିଥିଲା। ଫଳରେ ବାଇକ ଚାଳକ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ପଛରୁ ପିଟିଥିବା କାରରେ ବସିଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରି ନିକଟସ୍ଥ ବୌଦ୍ଧ ଆଡେଣିଗଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯୁବକର ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories