www.samajalive.in
Sunday, December 14, 2025
23.1 C
Bhubaneswar

୩ୟ ଓ ୫ମ ବୃତ୍ତି ପରୀକ୍ଷା, ୩୫୫ ପରୀକ୍ଷାର୍ଥୀ

ଆଠଗଡ :  ଆଠଗଡ ବ୍ଲକସ୍ତରୀୟ ୩ୟ ଓ ୫ମ ବୃତ୍ତି ପରୀକ୍ଷା ବୁଧବାର ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ୨ଟି କେନ୍ଦ୍ରରେ ଉଭୟ ୩ୟ ଓ ୫ମ ଶ୍ରେଣୀର ୩୫୫ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇଥିଲେ। ବିଶ୍ୱନାଥ ବିଦ୍ୟାପୀଠରେ ୩ୟ ଶ୍ରେଣୀର ୧୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ସମସ୍ତେ ପରୀକ୍ଷା ଦେଇଥିଲେ । ସେହିପରି ୫ମ ଶ୍ରେଣୀରେ ୧୦୦ଜଣଙ୍କ ମଧ୍ୟରୁ ୬ଜଣ ଅନୁପସ୍ଥିତ ଥିବାରୁ ୯୪ଜଣ ପରୀକ୍ଷା ଦେଇଥିଲେ। ସରକାରୀ ବାଳିକା ହାଇସ୍କୁଲରେ ୩ୟ ଶ୍ରେଣୀର ୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୦ଜଣ ଏବଂ ୫ମ ଶ୍ରେଣୀର ୭୫ଜଣଙ୍କ ମଧ୍ୟରୁ ୭୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ଉଭୟ କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ପରିଚାଳନା ତଦାରଖ କରିଥିଲେ। ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରଘୁନାଥ ସାସମଲ ଏବଂ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସାମନ୍ତରାୟ କେନ୍ଦ୍ର ଅଧିକ୍ଷକ ଭାବେ ଏହି ପରୀକ୍ଷା ପରିଚାଳନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories