www.samajalive.in
Monday, December 15, 2025
15.1 C
Bhubaneswar

ଭାରତୀୟ ଯବାନଙ୍କ ମାଣ୍ଡାରିନ୍‌ ଶିକ୍ଷା ନେଇ ଚିନ୍ତାରେ ଚୀନ

ନୂଆଦିଲ୍ଲୀ : ଇଣ୍ଡୋ-ତିବ୍ଦତ ସୀମାରେ ମୁତୟନ ଭାରତୀୟ ଯବାନ ସମ୍ପ୍ରତି ଏହି ରାଷ୍ଟ୍ରରେ ପ୍ରଚଳିତ ‘ମାଣ୍ଡାରିନ୍‌’ ଭାଷା ଶିକ୍ଷା ଲାଭ କରୁଛନ୍ତି। ଏଥିକ୍ରମେ ନିକଟରେ ଇଣ୍ଡୋ-ତିବ୍ଦତ ସୀମାନ୍ତ ପୁଲିସ (ଆଇଟିବିପି)ର ୨୫ ଜଣ ଯବାନ ମଧ୍ୟପ୍ରଦେଶର ରାଇସେନ୍‌ ଜିଲାରେ ଥିବା ସାଞ୍ଚି ବିଶ୍ୱବିଦ୍ୟାଳୟରୁ ଏହି ଭାଷା ଶିକ୍ଷା କରିବା ପରେ ପ୍ରମାଣପତ୍ର ହାସଲ କରିଛନ୍ତି। ଏହାଦ୍ୱାରା ଚୀନ୍‌ ସୈନ୍ୟଙ୍କ ସହିତ ଯୋଗାଯୋଗ କରିବା ଏହି ଯବାନଙ୍କ ପାଇଁ ସହଜସାଧ୍ୟ ହେବ। ଏଥିସହ ଉଭୟ ସେନା ମଧ୍ୟରେ ଭୁଲ୍‌ ବୁଝାମଣା ଦୂର ହୋଇପାରିବ ବୋଲି ଭାରତୀୟସେନା ଅଧିକାରୀ ଦର୍ଶାଇଛନ୍ତି। କିନ୍ତୁ ଚୀନ ଏଥିରେ ସନ୍ତୁଷ୍ଟ ନୁହେଁ। ଯଦିଓ ଏହାଦ୍ୱାରା ଉଭୟପକ୍ଷ ମଧ୍ୟରେ ଭୁଲ୍‌ ବୁଝାମଣା ରହିବ ନାହିଁ ଏବଂ ସୀମାନ୍ତରେ ଶାନ୍ତି ସ୍ଥାପନ ହୋଇପାରିବ, ତଥାପି ବାକ୍‌ବିତଣ୍ଡା ଏବଂ ଯୁଦ୍ଧକୁ ଏଡାଇ ଦିଆଯାଇପାରିବ ନାହିଁ । ଚୀନର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟରନ୍ୟାସନାଲ ରିଲେସନ୍‌ସ ଅଫ୍‌ ଦି ସାଙ୍ଘାଇ ଏକାଡେମୀ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌’ର ଗବେଷକ ହୁ ଝିୟୋଙ୍ଗ ଏହି ମତ ଦେଇଥିବା ସେଠାକାର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ‘ଗ୍ଲୋବାଲ୍‌ ଟାଇମ୍ସ’ ପ୍ରକାଶ କରିଛି। ଯୁଦ୍ଧ ସମୟରେ ଚୀନ୍‌ ସୈନ୍ୟମାନଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପକୁ ଭାରତୀୟ ଯବାନ ବୁଝିପାରିବା ଦ୍ୱାରା ଭାରତ ଚୀନ୍‌ ବିରୋଧରେ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବ ବୋଲି ଝିୟୋଙ୍ଗ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ସାମରିକ ବିଶେଷଜ୍ଞ ସାଙ୍ଗ୍‌ ଝୋଙ୍ଗପିଙ୍ଗ ଦୂରଦୃଷ୍ଟି ସହ କହିଛନ୍ତି, ସୀମାନ୍ତରେ ଦୁଇ ଦେଶର ସେନା ଯଦି ଭବିଷ୍ୟତରେ ମୁହାଁମୁହିଁ ହୁଅନ୍ତି, ତା’ହେଲେ ମାଣ୍ଡାରିନ୍‌ ଭାଷାରେ ଚୀନ୍‌ ସୈନ୍ୟ ପରସ୍ପରକୁ ଦେଉଥିବା ଗୁପ୍ତ ବାର୍ତ୍ତାକୁ ଭାରତୀୟ ସେନା ବୁଝି ସେମାନଙ୍କ ଗତିବିଧିର ମୁକାବିଲା କରିବାକୁ ସକ୍ଷମ ହେବ। ଏଥିସହ ସୀମାନ୍ତ ଅଞ୍ଚଳକୁ ଭାରତୀୟ ଯବାନ ନିଜ କବ୍‌ଜାକୁ ନେବାରେ ସଫଳ ହେବାର ଆଶଙ୍କା ମଧ୍ୟ ସେ ବ୍ୟକ୍ତ କରିଛନ୍ତି। ଏଣୁ ଭାରତକୁ କଡ଼ା ଜବାବ ଦେବାକୁ ହେଲେ ଚୀନ ସୈନ୍ୟ ମଧ୍ୟ ହିନ୍ଦୀ ଶିକ୍ଷା ଲାଭ କରିବା ଉଚିତ ବୋଲି ସେଠାକାର କିଛି ବିଶେଷଜ୍ଞ ମତ ଦେଇଛନ୍ତି।
ଡୋକଲାମ୍‌ଠାରେ ଭାରତ ଓ ଚୀନ ସୈନ୍ୟ ପରସ୍ପର ସହିତ ମୁହାଁମୁହିଁ ହେବା ଘଟଣାକୁ ଏଯାବତ୍‌ ଉଭୟ ରାଷ୍ଟ୍ର ପାସୋରି ନ ଥିବା ବେଳେ ଦୁଇ ଦେଶର ସାମୀନ୍ତରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଅବ୍ୟାହତ ରହିଛି। ବହୁ ପ୍ରସଙ୍ଗରେ ଚୀନ୍‌କୁ ସହଯୋଗ କରିବା ନେଇ ଭାରତ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରୁଥିଲେ ମଧ୍ୟ ସୀମାନ୍ତରେ ଚୀନ ସୈନ୍ୟଙ୍କ ଉପସ୍ଥିତି ନେଇ ବିଭିନ୍ନ ସମୟରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଆସିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories