www.samajalive.in
Tuesday, December 9, 2025
15.1 C
Bhubaneswar

ଫିଲିପାଇନ୍ସ ଜାହାଜ ଉପରକୁ ପାଣି ମାଡକଲା ଚୀନ ଜାହାଜ

ମାନିଲା: ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସର ଦୁଇଟି ଜାହାଜ ଫିଲିପାଇନ୍ସ ଅଧିକୃତ ଅଞ୍ଚଳରେ ଥିବା ଦେଶର ସାମରିକ ବାହିନୀ ପାଇଁ ଆବଶ୍ୟକ ସାମଗ୍ରୀ ନେଇ ଯାଉଥିବା ସମୟରେ ଚୀନର ତଟରକ୍ଷୀ ଜାହାଜ ପକ୍ଷରୁ ଏହି ଦୁଇ ଜାହାଜ ଉପରେ ଜୋରଦାର ପାଣିମାଡ କରାଯାଇଥିବା ଜଣାଯାଇଛି । ଏହି ଘଟଣାକୁ ଫିଲିପାଇନ୍ସ ଦୃଢ ନିନ୍ଦା କରିଛି । ଫିଲିପାଇନ୍ସର ବୈଦେଶିକ ସଚିବ ଟିଓଡୋରୋ ଲୋକସିନ ଟ୍ୱିଟ କରି କହିଛନ୍ତି, ଏଭଳି ଘଟଣାକୁ ତାଙ୍କ ରାଷ୍ଟ୍ର ଦୃଢ ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରୁଛି । ସେ କହିଛନ୍ତି ଯେ ତାଙ୍କ ଦେଶର ଦୁଇଟି ଜାହାଜ ସେକେଣ୍ଡ ଥୋମାସ ଶୋଲ ଅଞ୍ଚଳକୁ ମଙ୍ଗଳବାର ଦିନ ଯାଉଥିବା ସମୟରେ ଏହି ଘଟଣା ଘଟିଛି । ସୌଭାଗ୍ୟକୁ ଏଥିରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଏହି କାରଣରୁ ସେମାନଙ୍କର ଦୁଇଟି ଜାହାଜ ସେମାନଙ୍କର ସାମଗ୍ରୀ ପୁନଃଯୋଗାଣ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ । ତିନିଟି ଚୀନ ତଟରକ୍ଷୀ ଜାହାଜ ଫିଲିପାଇନ୍ସ ଜାହାଜର ବାଟ ଓଗାଳିବା ସହତ ସେଗୁଡିକ ଉପରେ ପାଣିମାଡ କରିଥିବା ଲୋକସିନ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଚୀନର ନିଜସ୍ୱ ଆଇନ ପ୍ରବର୍ତ୍ତନ ଅଧିକାର ନାହିଁ । ଚୀନ ଏଥିପ୍ରତି ଦୃଷ୍ଟିଦେଇ ଉକ୍ତ ଅଞ୍ଚଳରୁ ଫେରିଯିବା ଉଚିତ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସମୁଦାୟ ଦକ୍ଷିଣ ଚୀନ ସାଗର ଉପରେ ଚୀନ ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛି । ଦକ୍ଷିଣ ଚୀନ ସାଗରରେ ବ୍ରୁନେଇ, ମାଲୟେସିଆ, ତାଇୱାନ ଏବଂ ଭିଏତନାମ ଆଦି ରାଷ୍ଟ୍ର ନିଜ ନିଜର ଅଧିକାର ସାବ୍ୟସ୍ତ କରିବା ଫଳରେ ତାହା ଏବେ ବିବାଦୀୟ କ୍ଷେତ୍ରରେ ପରିଣତ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories