ଭାରତ ରାସ୍ତାରେ ଚୀନ୍‌ କଣ୍ଟା – ଆତଙ୍କବାଦର ସମର୍ଥନ କରି ଜାତିସଂଘରେ ପାକିସ୍ତାନର ପକ୍ଷନେଲା

ନୂଆଦିଲ୍ଲୀ – ଚୀନ୍‌ ଭାରତ ବିରୋଧି କାର୍ଯ୍ୟ କରିବାରେ ବ୍ୟସ୍ତ । କେତେବେଳେ ସୀମାମଧ୍ୟକୁ ଅଧିକାର ଭାବେ ପ୍ରବେଶ କଲାଣି ତ କେତେବେଳେ ସେନାବାହିନୀ ସହ ମୁହାଁମୁହିଁ । ଭାରତ  ଜାତିସଂଘରେ ପାକିସ୍ତାନର ଆତଙ୍କବାଦ ମୁଖା ଖୋଲିବା ପାଇଁ ଚେଷ୍ଟା କରୁଥିବା ବେଳେ ଚୀନ୍‌ ଏଥିରେ ପ୍ରତିବନ୍ଧକ ସାଜିଛି ।

ପ୍ରତିଥର ଚୀନ୍‌ ଭାରତ ବିରୋଧି କାର୍ଯ୍ୟ କରିବାରେ ବ୍ୟସ୍ତ ।୧୯୯୯ ମସିହାରେ କାନ୍ଦାହାରକୁ ଭାରତରେ ବିମାନ ଅପହରଣ କରି ନିଆଯାଇଥିଲା । ଏହି ଆତଙ୍କବାଦ ଘଟଣାରେ ପାକିସ୍ତାନରେ ରହୁଥିବା ଜୈଶ ଏ ମହମ୍ମଦ ସଙ୍ଗଠନର ମୁଖ୍ୟ ଅବଦୁଲ୍‌ ରାଉଫ୍‌ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ବା ଗ୍ଲୋବାଲ ଟେରୋରିଷ୍ଟ ଘେଷଣା କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲା । ମାତ୍ର ଚୀନ୍‌ ଏହି ପ୍ରସ୍ତାବ ଉପରେ ରୋକ୍‌ ଲଗାଇଛି ।

prayash

ଚୀନ୍‌ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଏହି ରୋକ୍‌ ଲଗାଇବାରେ ସଫଳ ହୋଇଛି । ୧୯୯ ଇଣ୍ଡିଆନ୍‌ ଏୟାରଲାଇନ୍‌ର ବିମାନ ଅପହରଣ ଘଟଣାରେ ଅଜହର ମୁଖ୍ୟ ଖଳ ନାୟକ ଥିଲା । ଏହା ସହ ୨୦୦୧ ମସିହା ସଂସଦ ଭବନ ଆକ୍ରମଣ ଘଟଣାରେ ସାମିଲ୍‌ ହୋଇଥିଲା ।

୨୦୧୬ ମସିହାରେ ପଠାନ୍‌କୋଟ୍‌ରେ ଥିବା ଭାରତୀୟ ବାୟୁସେନା କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ ଯୋଜନା କରିଥିଲା । ଭାରତ ଆଜହରକୁ ବୈଶ୍ୱିକ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ପ୍ରସ୍ତାବ ଆଗତ କରୁଥିବା ବେଳେ ଚୀନ୍‌ ଏଥିରେ ବାଧା ସୃଷ୍ଟି କରିଛି । ଏହା କୌଣସି ନୂଆ କଥା ନୁହେଁ ଆଗରୁ ଚିନ୍‌ ଏପରି କାର୍ଯ୍ୟ କରୁଥିବାର ନଜିର ଅଛି ।

Comments are closed.