www.samajalive.in
Saturday, December 6, 2025
14.1 C
Bhubaneswar

‘କରୋନା’କୁ ‘ଚୀନ ଭାଇରସ’ ନ କହିବାକୁ ଭାରତକୁ ବେଜିଂର ଅନୁରୋଧ

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ବିଷୟରେ କହିବା ସମୟରେ ‘ଚୀନ’ର ନାମ ନ ନେବାକୁ ବେଜିଂ ଭାରତକୁ ଅନୁରୋଧ କରିଛି। ଚୀନର ବୈଦେଶିକ ମନ୍ତ୍ରୀ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ କହିଛନ୍ତି, କରୋନା ଭୂତାଣୁର ବର୍ଣ୍ଣନା ସମୟରେ ଚୀନ ନାମ ନେଲେ ଏହା ତାଙ୍କ ଦେଶକୁ କଳଙ୍କିତ କରିପାରେ, ଯାହା ଅନ୍ତର୍ଜାତୀୟ ସହଯୋଗ ପାଇଁ କ୍ଷତିକାରକ ହେବ। ଚୀନର ଏହି ଅନୁରୋଧ କ୍ରମେ ଭାରତ ଏଭଳି କୌଣସି ଶବ୍ଦ କିମ୍ବା ବାକ୍ୟାଂଶ ପ୍ରୟୋଗ କରିବ ନାହିଁ ବୋଲି ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରତିଶ୍ରୁତି ଦେଇଛନ୍ତି।

ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ଭାରତୀୟ ପ୍ରତିପକ୍ଷ ଜୟଶଙ୍କରଙ୍କୁ ଫୋନ କରି କହିଥିଲେ, ବିଭିନ୍ନ ଦେଶ ‘କରୋନା’କୁ ଚାଇନା ଭାଇରସ ବୋଲି କହୁଛନ୍ତି। ଚୀନ ଆଶା କରୁଛି ଯେ ଭାରତ ‘ଚାଇନା ଭାଇରସ’ ବାକ୍ୟାଂଶ ବ୍ୟବହାର କରିବାର ସଙ୍କୀର୍ଣ୍ଣ ମନୋଭାବକୁ ବିରୋଧ କରିଛି।

- Advertisement -

କରୋନା ଭୂତାଣୁ ବା କୋଭିଡ-୧୯ ରୋଗର ଉତ୍ପତ୍ତି ପ୍ରଥମେ କେନ୍ଦ୍ରୀୟ ଚୀନର ଉହାନ ସହରରେ ହୋଇଥିଲା। ପରେ ଚୀନ କହିଥିଲା ​‌ଯେ, ଏହି ଭୂତାଣୁ କେନ୍ଦ୍ରୀୟ ଚୀନରେ ପ୍ରଥମେ ଦେଖିବାକୁ ମିଳିଥାଇପାରେ, କିନ୍ତୁ ​‌ସେ ନେଇ କୌଣସି ପ୍ରମାଣ ନାହିଁ। ତେବେ ଚୀନର କୂଟନୀତିଜ୍ଞମାନେ ବିଶ୍ଵବ୍ୟାପୀ ଅଭିଯାନ ଆରମ୍ଭ କରି କରୋନା ଭୂତାଣୁକୁ ‘ଚୀନ ଭାଇରସ’ ବୋଲି ସମ୍ବୋଧନ ନ କରିବାକୁ ଅନୁରୋଧ କରୁଛି। ଚୀନ ବିଦେଶ ମନ୍ତ୍ରୀ କହିଛନ୍ତି, ଏହା ଗ୍ରହଣଯୋଗ୍ୟ ନୁହେଁ ଏବଂ ଅନ୍ତର୍ଜାତୀୟ ସହଯୋଗରେ କ୍ଷତିକାରକ ହେବ। ତେବେ ଚୀନର ଅନୁରୋଧ ପରେ ଜୟଶଙ୍କର ଏଭଳି ବାକ୍ୟାଂଶ ଭାରତ ବ୍ୟବହାର କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories