ପାରାଦୀପ : ସାରା ଦେଶରେ କରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ ଗତ ୨୪ ତାରିଖ ମଙ୍ଗଳବାର ବିବମ୍ବିତ ରାତିରେ ବଡପଡ଼ିଆ ମାଛ ମାର୍କେଟ ସମ୍ମୁଖରେ ଥିବା ୫ଟି ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଜଗତସିଂହପୁର ଜିଲା ଲକ ଡାଉନ ଥିବାରୁ ରାତି ୧୨ଟା ପର୍ଯ୍ୟନ୍ତ ଲୋକ ଗହଳି ଥିବା ବଡପଡ଼ିଆ ମାର୍କେଟ ଜନ ଶୂନ୍ୟ ଥିଲା । ପ୍ରାୟ ସବୁ ଦୋକାନ ବନ୍ଦ ଥିଲା। କିନ୍ତୁ କୌଣସି ପ୍ରକାର ନିଆଁ ଲାଗି ଦୋକାନ ଘର ଜଳିବାରୁ ପ୍ରବଳ ଧୂଆଁ ଦେଖା ଦେଇଥିଲା। ନିକଟରେ ଥିବା ସ୍ଥାନୀୟଲୋକେ ଆସି ଦେଖିବା ପରେ ଅଗ୍ନିଶମ ବିଭାଗକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ପାରାଦୀପ ବନ୍ଦରର ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେତେବେଳେକୁ ଗୋଟିଏ ବହି ଦୋକାନ , ଲୁଗା ଦୋକାନ, ଏର୍ସଦ ଫେସନ ଓ ଅମୁଲ୍ୟ ପୋଷାକ ଦୋକାନ ଜଳି ପାଉଁଶ ହୋଇଯାଇଥିଲା। ସାରା ଦେଶରେ କରୋନା କର୍ଫ୍ୟୁ ଜାରି ଥିବା ବେଳେ ତୁରନ୍ତ ସହାୟତା ଯୋଗାଇଦେବାକୁ ସାଧାରଣରେ ନିବେଦନ କରାଯାଇଛି।



