www.samajalive.in
Saturday, December 6, 2025
26.1 C
Bhubaneswar

ସୁସ୍ଥତାର ପରିଚୟ : ଛିଡ଼ା ହୋଇ କାମ କରିବା

ଆଳସ୍ୟ ପରାୟଣ ହେଲେ ହିଁ ଶରୀର ରୋଗାଗ୍ରସ୍ତ ହୋଇଥାଏ। ଫୂର୍ତ୍ତି ରହିଲେ ପ୍ରତ୍ୟେକ ସୁସ୍ଥ ଜୀବନଶୈଳୀ ଅତିବାହିତ କରିଥାନ୍ତି। ଆମେରିକାସ୍ଥିତ ଟେକ୍ସାସ୍‌‌ର ଏ ଆଣ୍ଡ ଏମ୍ ହେଲ୍‌୍ଥ ସାଇନ୍ସ ସେଣ୍ଟର୍‌୍ର ଗବେଷକଦଳ ଦୁଇ ଦଳ ଲୋକଙ୍କୁ ନେଇ ଗବେଷଣା ଆରମ୍ଭ କରିଥିଲେ। ୬୦ଜଣ ଲୋକ ଚଉକିରେ ଆରାମରେ ବସି କାମ କରିବାବେ​‌େ​‌ଳ ଅନ୍ୟ ୬୦ଜଣ ଲୋକଙ୍କୁ ଛିଡ଼ା ହୋଇ କାମ କରିବାକୁ ପରାମର୍ଶ ଦିଆଯାଇଥିଲା। ୬ମାସ ଏମାନଙ୍କୁ ଅନୁଧ୍ୟାନରେ ରଖାଯାଇଥିବାବେଳେ ସେମାନଙ୍କ କାର୍ଯ୍ୟ କରିବାର ଶୈଳୀକୁ ରେକର୍ଡିଂ କରାଯାଇଥିଲା। କଲ୍‌ସେଣ୍ଟରରେ କାମ କରୁଥିବା କର୍ମଚାରୀମାନଙ୍କ ବ୍ୟବହାର ଦ୍ବିତୀୟ ମାସରୁ ହିଁ ପରିବର୍ତ୍ତନ ହୋଇଥିବାର ଗବେଷକଙ୍କ ମତ। ଛିଡ଼ା ହୋଇ କାମ କରିବା ଦ୍ବାରା ସେମାନଙ୍କୁ ମାନ୍ଦା ଲାଗିନଥିଲା। ବସି କାମ କରୁଥିବା ଲୋକଙ୍କ ତୁଳନାରେ ସେମାନଙ୍କ ଉତ୍ପାଦନ ୪୬% ଅଧିକ ଥିବାର ପ୍ରକାଶ। କମ୍ପାନୀ ମୁଖ୍ୟଙ୍କ ମତରେ ମଝିରେମଝିରେ କର୍ମଚାରୀ ବିଶ୍ରାମ ନେଇପାରିବାର ବନ୍ଦୋବସ୍ତ କରାଯାଇଛି। ଛିଡ଼ା ହୋଇ କାମ କଲେ ମାନସିକ ଏକାଗ୍ରତା ବଢ଼ିବା ସହ ଚିଡ଼ଚିଡ଼ା ଲାଗେନାହିଁ। ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ଛିଡ଼ା ହୋଇ କାମ କରିବା ଉଚିତ ବୋଲି ଗବେଷକଙ୍କ ମତ। କେତୋଟି ନାମୀ କମ୍ପାନୀ ଏହି କାର୍ଯ୍ୟଶୈଳୀ ଉପରେ ଗୁରୁତ୍ବ ଦେବା ସହ ଛିଡ଼ା ହୋଇ କାମ କରିବା ନିମନ୍ତେ କାର୍ଯ୍ୟାଳୟରେ ବିଶେଷ ସୁବିଧା ମଧ୍ୟ ଉପଲବ୍ଧ କରାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories