www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀଙ୍କ ଅରୁଣାଚଳ ଗସ୍ତକୁ ନେଇ ଆପତ୍ତି ଜଣାଇଲା ଚୀନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶନିବାର ଅରୁଣାଚଳପ୍ରଦେଶ ଗସ୍ତକୁ ନେଇ ଚୀନ ପକ୍ଷରୁ ଆପତ୍ତି ଜଣାଯାଇଛି। ଚୀନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଆଙ୍ଗ କହିଛନ୍ତି ଯେ ଭାରତ-ଚୀନ ସୀମାର ପୂର୍ବାଞ୍ଚଳକୁ ଭାରତୀୟ ନେତାଙ୍କ ଗସ୍ତକୁ କଡ଼ା ବିରୋଧ କରୁଛୁ। ଭାରତ-ଚୀନ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶକୁ ଶେଷ ସୀମା ବୋଲି ଚୀନ କେବେ ଗ୍ରହଣ କରିନାହିଁ। ତେଣୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ବିରୋଧ କରାଯାଉଛି ବୋଲି ଚୀନ ବିଦେଶ ମନ୍ତ୍ରାଳୟ ୱେବସାଇଟରେ ପ୍ରକାଶ ପାଇଛି। ଏହାକୁ ନେଇ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଅରୁଣାଚପ୍ରଦେଶ ଭାରତର ଏକ ଅଭିନ୍ନ ଅଙ୍ଗ। ଭାରତର ନେତାମାନେ ଦେଶର ଅନ୍ୟ ଅଞ୍ଚଳକୁ ଯିବା ଭଳି ବିଭିନ୍ନ ସମୟରେ ଅରୁଣାଚଳ ଗସ୍ତରେ ଯାଆନ୍ତି।
ପ୍ରକାଶଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଉତ୍ତର-ପୂର୍ବ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେ ଆସାମ, ଅରୁଣାଚଳପ୍ରଦେଶ, ତ୍ରିପୁରାରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସଭାରେ ଉଦ୍‍ବୋଧନ ଦେଉଛନ୍ତି। ଏହି ଗସ୍ତରେ ଅରୁଣାଚଳପ୍ରଦେଶର ହୋଲୋଓଙ୍ଗିରେ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତ-ଚୀନ ମଧ୍ୟରେ ୩,୪୮୮ କିଲୋମିଟର ସୀମାକୁ ନେଇ ବିବାଦ ରହିଛି। ସ୍ୱତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଉଭୟ ପକ୍ଷ ୨୧ ଥର କଥାବାର୍ତ୍ତା କରିଥିଲେ ବି ବିବାଦର ସମାଧାନ ହୋଇନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories