www.samajalive.in
Sunday, December 7, 2025
26.1 C
Bhubaneswar

ଜାତିସଂଘରେ ଚୀନ ଏକ ଘରକିଆ; ମୁସଲମାନଙ୍କ ଉପରେ ଅତ୍ୟାଚାରକୁ ୩୯ ଦେଶର ନିନ୍ଦା

ନ୍ୟୁୟର୍କ: ୱିଗର ମୁସଲମାନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ମିଳିତ ଜାତିସଂଘର ଦେଶ ସମୂହ ଚୀନକୁ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ମିଳିତ ଜାତିସଂଘରେ ଚୀନ ଏକ ଘରକିଆ ହୋଇ ପଡ଼ିଛି । ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି ।  ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ଉଇଗର ମୁସଲମାନଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଚୀନ୍ ମଧ୍ୟ ତିବ୍ଦତର ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନିର୍ଯାତନା ଦେଉଥିବା ଓ ହଂକଂ ଉପରେ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ କରିଥିବା ଅଭିଯୋଗ ହୋଇଛି। ହଂକଂରେ ମାନବିକ ଅଧିକାରର ଉଲ୍ଲଂଘନ ତଥା ସାମାଜିକ କର୍ମୀଙ୍କୁ ଜେଲକୁ ପଠାଇଥିବାରୁ ଚୀନ୍ ସରକାର କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

ଆମେରିକା, ୟୁରୋପୀୟ ଦେଶ, ଜାପାନ ସମେତ୩୯ଟି ଦେଶ ଚୀନ୍ କୁ ଜାତିସଂଘ ମାନବ ଅଧିକାର ମୁଖ୍ୟ ମିସେଲ ବେଚଲେଟ୍ ଏବଂ ସ୍ବାଧୀନ ପର୍ଯ୍ୟବେକ୍ଷକମାନଙ୍କୁ ଜିନଜିଆଙ୍ଗ ଅଞ୍ଚଳରେ ମୁକ୍ତ ଭାବରେ ଯିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ।  ଏହା ସହିତ ଚାଇନାକୁ ମଧ୍ୟ ଉଇଗର ମୁସଲମାନ ଏବଂ ନିଜ ଦେଶରେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନଙ୍କୁ ଦିଆଯାଉଥିବା ନିର୍ଯାତନା ବନ୍ଦ କରିବାକୁ କୁହାଯାଇଛି ।

- Advertisement -

ମିଳିତ ଜାତିସଂଘ  ମାନବ ଅଧିକାର କମିଟି ଦ୍ବାରା ଜାରି ମିଳିତ ବିବୃତ୍ତିରେ ୩୯ ଦେଶ ଚୀନ୍‌କୁ ହଂକଂର ଆର୍ଥିକ ସ୍ବାଧୀନତା, ସ୍ୱାଧୀନତାର ଅଧିକାର ଏବଂ ନ୍ୟାୟପାଳିକାର ସ୍ବାଧୀନତାକୁ ପୁନସ୍ଥାପନ କରିବାକୁ ଚୀନକୁ ପରାମର୍ଶ ଦେଇଛନ୍ତି । ମିଳିତ ଜାତିସଂଘରେ ଜର୍ମାନୀର ରାଷ୍ଟ୍ରଦୂତ କ୍ରିଜଟୋଫ୍ ହେସଗେନ ଚୀନ ବିରୋଧରେ ପ୍ରସ୍ତାବ ଆଗତ ପରେ ପାକିସ୍ତାନ ଚୀନ ସପକ୍ଷରେ ମତ ଦେଇ ହଂକଂ ପ୍ରସଂଗରେ ହସ୍ତକ୍ଷେପକୁ ବିରୋଧ କରିଥିଲା । ତେବେ ଏହା ଜାତିସଂଘର ଶକ୍ତିଶାଳୀ ଦେଶଗୁଡ଼ିକ ଦ୍ବାରା ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories