www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ସାମନାକୁ ଆସିଲା ଚୀନର ହରକତ: ଅରୁଣାଚଳ ସୀମାରେ ନିର୍ମାଣ କରିଛି ୬୦ଟି କୋଠା

ନୂଆଦିଲ୍ଲୀ: ଉତ୍ତର ପୂର୍ବ ସୀମାନ୍ତରେ ଚୀନ ପକ୍ଷରୁ ଭାରତକୁ ଉସୁକାଇବାର ଅପଚେଷ୍ଟା ଜାରି ରହିଛି । ସଦ୍ୟ ଉପଗ୍ରହ ଚିତ୍ରରୁ ଜଣାଯାଇଛି ଯେ ଗତ କିଛିମାସ ମଧ୍ୟରେ ଅରୁଣାଚଳ ସୀମାରେ ଚୀନ ୬୦ଟି ନୂଆ କୋଠାଘର ତିଆରି କରିସାରିଛି । ଏହା ଶି-ୟୋମି ଜିଲାରେ ଅବସ୍ଥିତ ବୋଲି ଜାଣିବାକୁ ମିଳିଛି । କିଛି ସପ୍ତାହ ତଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଅଞ୍ଚଳ ନିକଟବର୍ତ୍ତୀ ସ୍ଥାନ ଗସ୍ତ କରିଥିଲେ । ଅନ୍ୟପକ୍ଷରେ ଗୁରୁବାର ଦିନ ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ଅନୁଷ୍ଠିତ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନାହିଁ । ଗତ କିଛିମାସ ମଧ୍ୟରେ ଏହାକୁ ମିଶାଇ ଚୀନ ଅରୁଣାଚଳକୁ ଲାଗି ଦୁଇଟି ଗ୍ରାମ ନିର୍ମାଣ କରିସାରିଲାଣି । ୨୦୧୯ରେ ଏହି ୬୦ଟି କୋଠାଘରର ଉପସ୍ଥିତି ନଥିବାବେଳେ ଏହା ଭାରତ ପକ୍ଷରୁ ଦାବି କରାଯାଉଥିବା ଅଞ୍ଚଳର ୬ କିଲୋମିଟର ଭିତରେ ନିର୍ମାଣ କରାଯାଇଛି । ଏହା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଏବଂ ଆନ୍ତର୍ଜାତିକ ସୀମାରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବୋଲି ଜଣାଯାଇଛି ।
ମାକ୍ସର ଟେକନୋଲୋଜିସ ଏବଂ ପ୍ଲାନେଟ ଲାବ୍ସ ପକ୍ଷରୁ ଜାରି କରାଯାଇଥିବା ଉପଗ୍ରହ ଚିତ୍ରରେ ଦେଖିବାକୁ ମିଳିଛି ଯେ ସେଠାରେ ୬୦ଟି କୋଠା ନିର୍ମାଣ କରାଯିବା ସହିତ ଚୀନ ପତକା ଉଡାଯାଇଛି, ଯାହାକୁ ନେଇ ଚୀନ ଉକ୍ତ ଅଞ୍ଚଳ ନିଜର ବୋଲି ଦାବି କରିପାରିବ । ଅନ୍ୟପକ୍ଷରେ ଭାରତୀୟ ସେନା ପକ୍ଷରୁ ଜୋର ଦେଇ କୁହାଯାଇଛି ଯେ ଏହି ଅଞ୍ଚଳ ଏଲଏସିର ଉତ୍ତରକୁ ଚୀନ ଅଧିକୃତ ଅଞ୍ଚଳରେ ଅବସ୍ଥିତ । ତେବେ ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାରଙ୍କୁ ଆକ୍ଷେପ କରିଛି । କଂଗ୍ରେସ କହିଛି ଯେ କେନ୍ଦ୍ର ସରକାର ଜାତୀୟ ନିରାପତ୍ତା ଏବଂ ଆଞ୍ଚଳିକ ଅଖଣ୍ଡତା ସହିତ ସାଲିସ କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories