ଭାରତ କ୍ଷେପଣାସ୍ତ୍ର ମାଡ କରି ସାଟେଲାଇଟ୍ ଖସାଇବା ପରେ ଚୀନ୍ ଓ ପାକିସ୍ତାନର ପ୍ରତିକ୍ରିୟା
ନୂଆଦିଲ୍ଲୀ ..- ବୁଧବାରରେ ଭାରତ କ୍ଷେପଣାସ୍ତ୍ର ମାଡ କରି ଏକ ସାଟେଲାଇଟ୍ ଖସାଇଛି । ବିଶ୍ୱର ଚତୁର୍ଥ ଦେଶ ଭାବେ ଭାରତ ଏହି ଗୌରବ ଲାଭ କରିଛି । ଆଗରୁ ଆମେରିକା , ଋଷ୍ ଓ ଚୀନ୍ କ୍ଷେପଣାସ୍ତ୍ର ପ୍ରୟୋଗ କରି ସାଟେଲାଇଟ୍କୁ ମହାକାଶରେ ଖସାଇଥିଲେ । ଅନ୍ତରୀକ୍ଷରେ ଏହି ଐତିହାସିକ ପଦକ୍ଷେପ ପରେ ସମସ୍ତେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ ବା ଡିଆର୍ଡିଓର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି। ଭାରତର ଏହି ସଫଳତା ପରେ ଉଭୟ ଚୀନ୍ ଓ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପାକିସ୍ତାନ ଭାରତର ଏହି ପଦକ୍ଷେପକୁ ବିଶ୍ୱ ସମୁଦାୟ ନିନ୍ଦା କରିବା ଆବଶ୍ୟକ ବୋଲି କହିଛି । କେବଳ ସେତିକି ନୁହେଁ ମହାକାଶରେ ଯୁଦ୍ଧାସ୍ତ୍ର ବ୍ୟବହାର ରୋକିବା ପାଇଁ କଡା ନିୟମ ଲାଗୁ କରିବା ପାଇଁ ଅପିଲ୍ କରିଛି ।
ଚୀନ୍ ମହାକାଶକୁ ଶାନ୍ତି ପାଇଁ ବ୍ୟବହାର କରିବା ଆବଶ୍ୟକ ବୋଲି କହିଛି । ମାତ୍ର ଏହି ଚୀନ୍ ୨୦୦୭ ମସିହାରେ ଏପରି ପରୀକ୍ଷଣ କରିଥିଲା ।
ପାକିସ୍ତାନର ବିଦେଶମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଲିଖିତ ବିବୃତିରେ ଏପିର ପଦକ୍ଷେପକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି ।