ଚିଲିକା ଡଙ୍ଗା ବୁଡି ଘଟଣାରେ ଆଉ ଜଣେ ଗିରଫ

0

ବାଲୁଗାଁ: ଚିଲିକା ଡଙ୍ଗା ବୁଡି ଘଟଣାରେ ସୋମବାର ପୁଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ଦୁଇ ବୃଦ୍ଧି ହୋଇଛି। ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ସହଯୋଗୀ ଚାଳକ ଅର୍ଜୁନ ବେହେରାଙ୍କୁ ପୁଲିସ ସାମନ୍ତରାପୁରରୁ ଗିରଫ କରିଛି। ଏହା ପୂବରୁ ଡଙ୍ଗା ମାଲିକ ବସନ୍ତ ବେହେରା ଗିରଫ ହୋଇଥିଲା।

ସୂଚନାଯୋଗ୍ୟ, ରଜ ଅବସରରେ ଗତ ୧୬ ତାରିଖ ଅପରାହ୍ଣ ୫ଟାରେ ୧୬ ଜଣ ଯାତ୍ରୀଙ୍କୁ ନେଇ ଏକ ଦେଶୀ ଡଙ୍ଗା ବାଲୁଗାଁ ଜେଟିରୁ କାଳୀଜାଈ ଅଭିମୁଖେ ବାହାରିଥିଲା। ସେଠାରୁ ଫେରିବା ବେଳେ ପ୍ରବଳ ଝଡ଼ ତୋଫାନ ହୋଇଥିଲା। ଫଳରେ ଡଙ୍ଗାଟି ବୁଡି ଯାଇଥିଲା। ଏଥିରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଡଙ୍ଗାଟି ପଞ୍ଜିକୃତ ହୋଇଥିଲେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅକାଳରେ ୬ ଜୀବନ ଗଲା ବୋଲି ଅଭିଯୋଗ ହୋଇଛି। ଏଡି ଘଟଣାରେ ପୁଲିସ ଡଙ୍ଗା ମାଲିକ ଓ ଚାଳକଙ୍କୁ ଅଟକ ରଖିଥିଲା।

Leave A Reply