www.samajalive.in
Monday, December 15, 2025
15.1 C
Bhubaneswar

ପାଣି ପାଇଁ ହାହାକାର…ରାସନକାର୍ଡରେ ମିଳୁଛି ପାଣି, ଚିଲୀରେ ୧୩ ବର୍ଷ ଧରି ପଡିଛି ମରୁଡି – ହ୍ରଦ ଶୁଖି ହୋଇଗଲାଣି …

ପିନୁଇଲାସ୍‌- ଚିଲ୍ଲୀର ଗତ ୧୩ ବର୍ଷ ଧରି ମରୁଡି ପଡିଛି । ଏହାର ବିଭିନ୍ନ ଅଞ୍ଚଳରେ ୧୩ ବର୍ଷ ଧରି ବର୍ଷା ହୋଇ ନାହିଁ । କୂଅ ପୋଖରୀ କଥା ଛାଡନ୍ତୁ ବଡ ବଡ ହ୍ରଦ ସମ୍ପୂର୍ଣ୍ଣ ଶୁଖିଯାଇ ମରୁଭୂମି ପରି ଦେଖାଯାଉଛି । ପାଣି ପାଇଁ ଚାରିଆଡା ହାହାକାର । ପରିବେଶ ପରିବର୍ତ୍ତନ ଯୋଗୁଁ ଏପରି ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଚିଲୀର ମଧ୍ୟଭାଗରେ ଥିବା ପିନୁଇଲାସ୍‌ ଜଳଭଣ୍ଡାରରେ ଆଉ ପାଣି ନାହିଁ ଏଥିରେ ୩୮,୦୦୦ ବଡା ସୁମିଂପୁଲରେ ଯେତିକି ପାଣି ରହିବ ସେତିକି ରହିଥାଏ । ହ୍ରଦସାରା ମାଛ ପରି ଶୁଖୁଆ ଅବସ୍ଥାରେ ପଡିଛନ୍ତି। ଏପରିକି ପାଣି ପାଇଁ ଡହଳ ବିକଳ ହୋଇ ଆସିଥିବା ଜୀବଜନ୍ତୁ ସେଠାରେ ମରି ପଡିଛନ୍ତି । ଏହା ପରିବେଶକୁ ଆହୁରି ଖରାପ କରୁଛି ।

- Advertisement -

ଚିଲୀ ବିଶ୍ୱରୁ ସର୍ବାଧିକ ତମ୍ବା ଉତ୍ପାଦନ କରୁଥିବା ଦେଶ । ତମ୍ବା ଉତ୍ପାଦନ ଉପରେ ମରୁଡିର ପ୍ରଭାବ ପଡିଛି । ସେଠାକାର ବାସିନ୍ଦମାନଙ୍କୁ ପିଇବା ପାଣି ଦେବା ପାଇଁ ସରକାର ପାଣି ରାସନିଂ ବା ରାସନକାର୍ଡରେ ପିଇବା ପାଣି ପାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ଏବେ ସେଠାକେର ଲୋକ ପାଣପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

ସାଧାରଣତଃ ଶୀତଦିନେ ଝଡବାତ୍ୟା ଯୋଗୁଁ ଚିଲିର ଆଣ୍ଡିଜ୍‌ ପର୍ବତମାଳାରେ ତୁଷାର ସୃଷ୍ଟି କରିବାରେ ସହାୟକ ହୋଇଥାଏ । ମାତ୍ର ଚିଲୀ ଉପକୂଳରେ ତାପମାତ୍ରା ବୃଦ୍ଧି ପାଇବାରୁ ପାଣିପାଗରେ ପରିବର୍ତ୍ତନ ହୋଇଛି । ଝଡବାତ୍ୟା ଆଉ ଆଣ୍ଡିଜ୍‌ ମୁହାଁ ହେଉ ନାହିଁ । ଏଥିପାଇଁ ଗତ ୧୩ ବର୍ଷ ହେଲା ମରୁଡି ପରିସ୍ଥିତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories