www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ ଧକ୍କାରେ ୬ ମଇଁଷି ମୃତ: ୭ଘଣ୍ଟା ଧରି ପାରଳାଖେମୁଣ୍ଡି- ମୋହନା- ବ୍ରହ୍ମପୁର ଜାତୀୟ ରାଜପଥକୁ ଅବରୋଧ

ମୋହନା: ଗଜପତି ଜିଲା ରା.ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି ରା.ଉଦୟଗିରି ଅଭିମୁଖେ ଯାଉଥିଲା। ଜେଲ୍ ନିକଟ ବୁଲାଣି ରାସ୍ତାରେ ମଇଁଷିମାନେ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଟ୍ରକଟି ମଇଁଷିମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରିକ ଡ୍ରାଇଭରକୁ ଲୋକେ ଅଟକରଖି ପଚରାଉଚରା କରିଥିଲେ। ଏହି ରାସ୍ତାରେ ନୂଆ ହୋଇଥିବାରୁ ଏଭଳି ଦୂର୍ଘଟଣା ଘଟିଗଲା ବୋଲି ଡ୍ରାଇଭର ସ୍ବୀକାର କରିଥିବା ଜଣାପଡିଛି।
ମାଲିକ ସୀମାଞ୍ଚଳ ଗୌଡ ମଇଁଷି ଗୁଡିକୁ ଚରେଇବାକୁ ନେବା ବେଳେ ଏଭଳି ଦୂର୍ଘଟଣା ଘଟିଛି। ରାସ୍ତା ଉପରେ ମଇଁଷି ଗୁଡ଼ିକ ପଡିଥିବା ବେଳେ କିଛି ଲୋକେ କ୍ଷତି ପୂରଣ ଦାବିରେ ୭ଘଣ୍ଟା ଧରି ପାରଳାଖେମୁଣ୍ଡି- ମୋହନା- ବ୍ରହ୍ମପୁର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ । ଗାଡ଼ି ମାଲିକ ପହଞ୍ଚିବା ପରେ ସମସ୍ୟାର ସମାଧାନ ହେବାରୁ ରାସ୍ତାରୋକ ହଟିଥିଲା। ଘଟଣା ସ୍ଥଳରେ ରା.ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories