ଗଞ୍ଜାମ : ଗଞ୍ଜାମ ବ୍ଲକ ପାଳିବନ୍ଦ ପଂଚାୟତ ଗୋଖରକୁଦା ଗାଁରେ ଅଘଟଣ। ଫାଇଲେରିଆ ନିରାକରଣ ଔଷଧ ସେବନ କରି ଜଣେ ୧୦ ବର୍ଷର ଶିଶୁ ଅସୁସ୍ଥ ହୋଇପଡିଛି। ପରିବାର ବର୍ଗ ତାଙ୍କୁ ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଗାଁର ଅଙ୍ଗନବାଡି କର୍ମୀ ସବିତା ସାହୁ ଙ୍କୁ ସମ୍ପୃକ୍ତ ଶିଶୁ ର ପରିବାର ବର୍ଗ ଓ ଗ୍ରାମବାସୀ ଗାଳିଗୁଲଜ କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ଗଞ୍ଜାମ ଶାଖା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ ସମନିତ୍ୱ ଶିଶୁ ଓ ମହିଳା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ସଂଘ ପକ୍ଷରୁ ସିଡିପିଓ ସଲୀଳା ପ୍ରଧାନ ଙ୍କୁ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ପରିବାର କୁ ସୁରକ୍ଷା ପ୍ରଦାନ କରିବାପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
Popular Categories



