ନିଖୋଜ ପିହୁର ମାଙ୍କୁ ଅଟକ ରଖିଲା ପୁଲିସ
ଢେଙ୍କାନାଳ: ନିଖୋଜ ଶିଶୁ ପିହୁର ମାଙ୍କୁ ଅଟକ ରଖିଛି ପୁଲିସ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପିହୁଙ୍କ ମା ସମ୍ବଲପୁର ଯାଉଥିବା ବେଳେ ପୁଲିସ ଖବର ପାଇ ଅଟକ ରଖିଛି । ୪ବର୍ଷ ହେଲା ୨ବର୍ଷର ଶିଶୁ ପିହୁ ନିଖୋଜ ଥିବାବେଳେ ଏପର୍ଯ୍ୟନ୍ତ ଖୋଜ ଖବର ପାଇନଥିବାରୁ ଭାଙ୍ଗିପଡିଛନ୍ତି ପିହୁଙ୍କ ମା । ରାଜ୍ୟ ପୁଲିସ ଏବଂ ସରକାର ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ପିହୁଙ୍କ ମା । ଏଥିପାଇଁ ସେ ସିବିଆଇ ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଖବର ଶୁଣି ପିହୁଙ୍କ ମା କାର ଯୋଗେ ଯିବାବେଳେ ରାତିରେ ରାସ୍ତାରୁ ଅଟକ ରଖିଛି ପୁଲିସ ।
Comments are closed.