ଢେଙ୍କାନାଳ: ନିଖୋଜ ଶିଶୁ ପିହୁର ମାଆକୁ ପୁଲିସ ଉଠାଇ ନେଇଛି। ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ଯାଉଥିଲେ। ପିହୁର ମାଆଙ୍କୁ ଉଠାଇ ନେଇ ପୁଲିସ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ୫ ଘଣ୍ଟା ହେଲା ଅଟକ ରଖିଥିବା ଜଣାପଡିଛି। କାର୍ ଯୋଗେ ଯିବାବେଳେ ଶନିବାର ରାତିରୁ ରାସ୍ତାରୁ ଉଠାଇ ନେଇ ପୁଲିସ ଅଟକ ରଖିଛି। ସେପଟେ ଘଟଣାକୁ ନେଇ ପିହୁର ମାଆ କହିଛନ୍ତି ସିବିଆଇ ତଦନ୍ତ ଦାବିରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଛି। ଘଟଣାକୁ ୪ ବର୍ଷ ହେଲାଣି , ହେଲେ କିଛି ନ୍ୟାୟ ମିଳୁନି। ରାଜ୍ୟ ସରକାରଙ୍କ ଉପରେ ଭରସା ନାହିଁ। କେଉଁ ପ୍ରଭାବଶାଳୀ ଲୋକଙ୍କ ଚାପରେ ମୋତେ ଅଟକାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।
Popular Categories



