www.samajalive.in
Friday, December 5, 2025
17.1 C
Bhubaneswar

ଏଫ୍‌ଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକି: ଶନିବାର କଳିଙ୍ଗରେ ଭାରତ-ଚୀନ୍‌ ମ୍ୟାଚ

ଭୁବନେଶ୍ବର : ଓଡ଼ିଶାକୁ ଫେରିଛି ଅନ୍ତର୍ଜାତୀୟ ହକି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ଏଫ୍‌ଆଇଏଚ୍‌ ପୁରୁଷ ଓ ମହିଳା ପ୍ରୋ -ଲିଗ୍‌ ହକି ୨୦୨୩-୨୪ ମ୍ୟାଚ। ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ମହିଳା ବର୍ଗର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୫ଟା ୩୦ରେ ପ୍ରଥମ ମ୍ୟାଚରେ ଆମେରିକା- ନେଦରଲାଣ୍ଡକୁ ଭେଟିବାବେଳେ ଦ୍ବିତୀୟ ମ୍ୟାଚରେ ଘରୋଇ ଭାରତ-ଚୀନ୍‌କୁ ଭେଟିବ। ସବିତା ପୁନିଆଙ୍କ ନେତୃତ୍ବାଧିନ ଭାରତୀୟ ଦଳ ନିକଟରେ ରାଞ୍ଚିରେ ଆୟୋଜିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରିକି ଦଳ ପ୍ୟାରିସ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲରେ ମଧ୍ୟ ବିଫଳ ହୋଇଥିଲା। ଉକ୍ତ ବିଫଳତାକୁ ଭୁଲି ଦଳ ଏବେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଉପରେ ଗୁରୁତ୍ବ ଦେଇଛି। ୨୦୨୨ ସ୍ପେନରେ ଆୟୋଜିତ ନେସନ୍ସ କପରେ ସ୍ବର୍ଣ୍ଣ ପଦକ ଜିତିବା ସହ ଭାରତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୩-୨୪ ଲାଗି ଯୋଗ୍ୟତା ହାସଲ କରିଥିଲା। ଭାରତ ୨୦୨୧-୨୨ ଏଫ୍‌ଆଇଏଚ୍‌ ମହିଳା ପ୍ରୋ ଲିଗ୍‌​‌ ହକିରେ ପ୍ରଥମ ଥର ଅଂଶଗ୍ରହଣ କରି ତୃ୍ତୀୟ ସ୍ଥାନ ହାସଲ କରିଥିଲା। ସୂଚନାଯୋଗ୍ୟ, ଏଫ୍‌ଆଇଏଚ ପ୍ରୋ-ଲିଗ୍‌ ହକି ୨୦୨୩-୨୪ ପୁରୁଷ ଓ ମହିଳା ବିଭାଗ​‌ରେ ୨୦ଟି ଲେଖାଏଁ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories