www.samajalive.in
Saturday, December 6, 2025
14.1 C
Bhubaneswar

ପୃଥିବୀ ଦେଖିବ କି ଆଉ ଏକ ଯୁଦ୍ଧ? ଇରାକ-ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ୍‍, ୮୫ଆତଙ୍କବାଦୀ ଲୁଚିଥିବା ସ୍ଥାନ ଧ୍ୱଂସ କଲା ଆମେରିକା

ନୂଆଦିଲ୍ଲୀ: ଆଉ ଏକ ବଡ ଯୁଦ୍ଧ ଆରମ୍ଭ କରିଛି ଆମେରିକା । ଆମେରିକାର ସୈନ୍ୟବାହିନୀ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଇରାନ ସମର୍ଥିତ ମିଲିସିଆ ଓ ଇରାନ ଏବଂ ସିରିଆରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଲୁଚି ରହୁଥିବା ଅନେକ ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ । ଏହି ଆକ୍ରମଣରେ ଜୋର୍ଡାନରେ ଥିବା ତିନି ଜଣ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିଥିବା ଡ୍ରୋନ ଷ୍ଟ୍ରାଇକ୍‍ ପାଇଁ ପ୍ରତିଶୋଧ ନେଇଛି ଆମେରିକା । ଏଥିସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୋଲାଖୋଲି ଭାବରେ ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ ୭ଟି ସ୍ଥାନରେ ୮୫ରୁ ଅଧିକ ଆତଙ୍କବାଦୀଙ୍କ ଠିକଣା ଉପରେ ଆକ୍ରମଣ କରାଯାଇଥିଲା । ଯେପରିକି କମାଣ୍ଡ ଏବଂ କଣ୍ଟ୍ରୋଲ ମୁଖ୍ୟାଳୟ, ଗୁପ୍ତଚର କେନ୍ଦ୍ର, ରକେଟ ଏବଂ କ୍ଷେପଣାସ୍ତ୍ର, ଡ୍ରୋନ୍‍ ଏବଂ ଗୁଳିଗୋଳା ସଂରକ୍ଷଣ ସ୍ଥାନ ଏବଂ ଅନ୍ୟାନ୍ୟ ସ୍ଥାନ ଯାହା ମିଲିସିଆ କିମ୍ବା ଆଇଆରଜିସି ଦ୍ୱାରା ବ୍ୟବହାର ହେଉଥିଲା ।

- Advertisement -

ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମେରିକା ମଧ୍ୟପ୍ରାଚ୍ୟରେ ବିବାଦ ଚାହୁଁନାହିଁ, କିନ୍ତୁ ଯଦି କୌଣସି ଆମେରିକୀୟଙ୍କୁ କ୍ଷତି ପହଂଚାଉଥିବ ତେବେ ଏହାର ଜବାବ ଦିଆଯିବ । ମଧ୍ୟପ୍ରାଚ୍ୟରେ କିମ୍ବା ବିଶ୍ୱର କୌଣସି ସ୍ଥାନରେ ଆମେରିକା ବିବାଦ ଚାହୁଁନାହିଁ । କିନ୍ତୁ ଯେଉଁମାନେ ଆମକୁ କ୍ଷତି କରିବାକୁ ଚାହୁଁଛନ୍ତି, ସେମାନେ ଜାଣି ରଖିବା ଉଚିତ ଯଦି କେହି ଆମେରିକୀୟଙ୍କ କ୍ଷତି କରିବାକୁ ଚାହେଁ ତେବେ ଏହାର କଡା ଜବାବ ଦିଆଯିବ ।

ସେପଟେ ଇରାକ ଆମେରିକାର ଏହି ଆକ୍ରମଣକୁ କଡା ନିନ୍ଦା କରିଛି । ଆମେରିକାର ଏୟାର ଷ୍ଟ୍ରାଇକ ପରେ ଇରାକ ସଶସ୍ତ୍ର ବାହିନୀର ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ଏକ ସମୟରେ ହୋଇଛି । ଯେତେବେଳେ ଇରାକ ଏହି ଅଂଚଳରେ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ପ୍ରୟାସ କରୁଛି । ଏହି ଆକ୍ରମଣ ଇରାକର ସାର୍ବଭୌମତ୍ୱର ଉଲ୍ଲଘଂନ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories