www.samajalive.in
Monday, December 15, 2025
16.1 C
Bhubaneswar

ସିମେଇ କଡେଇରେ ପଡି ଶିଶୁ ଗୁରୁତର

ଦୋବାଲ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ଛତ୍ରପଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗରମ ସିମେଇ କଡେଇରେ ପଡି ଜଣେ ଶିଶୁ ଗୁରୁତର ହୋଇଛି। ସୂଚନା ମୂତାବକ ରଜନୀକାନ୍ତ ଭୋଇଙ୍କ ୫ ବର୍ଷୀୟ ପୁଅ ଅନିଲ ଭୋଇ ଶୁକ୍ରବାର ସନ୍ଧ୍ୟାରେ ଖେଳୁଥିବା ଅବସ୍ଥାରେ ଗରମ ସିମେଇ କଡେଇରେ ପଡ଼ିଯାଇଥିଲା। ଫଳରେ ତାର ମୁଁହ, ଛାତି, ପେଟ ସମେତ ହାତ ପାପୁଲି ଆଦି ସ୍ଥାନ ସିଝିଯାଇ ଫୁଟକା ହୋଇଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡ଼ିକାଲକୁ ନିଆଯାଇଥିଲା। ହେଲେ ଶିଶୁଟିର ଅବସ୍ଥା ଅଧିକ ସଙ୍କଟାପର୍ଣ୍ଣ ଥିବାରୁ ତାକୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories