ବାଇକ ଡିକି ଭାଙ୍ଗି ବିସିସି ବ୍ୟାଙ୍କ ଆଗରୁ ୮୧ ହଜାର ଲୁଟ

ଚିକିଟି: ଆଜି ଅପରାହ୍ଣରେ ଚିକିଟି ବିସିସି ବ୍ୟାଙ୍କ ଆଗରୁ ଏକ ବାଇକ ଡିକି ଭାଙ୍ଗି ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଯୋଗ୍ୟ ଯେ ଡ଼ାଳ ପଲାଙ୍କ ଗ୍ରାମର ତ୍ରିନାଥ କନିଆରୀ ଓ ଦ୍ରୌପଦୀ କନିଆରି ବିସିସି ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡ଼ିକିରେ ରଖିଥିଲେ। ଏହାପରେ ଅଳ୍ପ ଦୂରକୁ ଯାଇ ସୌଦା କିଣି ଫେରିବା ବେଳକୁ ବାଇକର ଡିକି ଭାଙ୍ଗି ଯାଇଥିବା ଦେଖିଥିଲେ ଏବଂ ସେଥିରୁ ଟଙ୍କା ଲୁଟ ହୋଇଥିବା ଜାଣି ପାଟି କରିଥିଲେ। ଲୋକେ ରୁଣ୍ଡ ହୋଇ ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରାର କୌଣସି ସନ୍ଧାନ ପାଇ ନଥିଲେ. ଏହାକୁ ନେଇ ଚିକିଟି ବଜାରରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି, ପୁଲିସ ପେଟ୍ରୋଲିଙ୍ଗ ଅଭାବରୁ ଏପରିଘଟୁଥିବା କୁହାଯାଇଛି।

kalyan agarbati

Comments are closed.