ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା
ଭୁବନେଶ୍ୱର: ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ୍ ପାଇଁ ବୃହତ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । କି୍ରସିଲ୍ ଲିଃ, ନାଲ୍କୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍କ୍ରୁପ୍ ଇଣ୍ଡିଆ ଲିଃ, ଆଇଏମ୍ପି ପାୱାର ଲିଃ, ରୋଚେନ୍ ସେପାରେସନ୍ ସିଷ୍ଟମ୍(ଇଣ୍ଡିଆ) ପ୍ରା.ଲିଃ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ ।
ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦୁ୍ୟତ, ଶିଳ୍ପପୁଞ୍ଜ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ।
ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।
Comments are closed.