www.samajalive.in
Monday, December 15, 2025
17.1 C
Bhubaneswar

ଆନନ୍ଦ ଉତ୍ସାହର ସହ ଆରମ୍ଭ ହେଲା ଛଟ୍‍ ପୂଜା

ଚାରିଦିନ ବ୍ୟାପୀ ଛଟ୍‍ ପୂଜା ଆଜିଠାରୁ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ପାରମ୍ପରିକ ‘ନାହାୟେ ଖାୟେ’ ଉତ୍ସବ ସହ ଛଟ୍‍ ପୂଜା ଆରମ୍ଭ ହୋଇଛି। ଶନିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା ସହ ଏହା ସମ୍ପନ୍ନ ହେବ। ବିହାରରେ ଚାରିଦିନ ବ୍ୟାପୀ ଛଟ୍‍ ପୂଜା ପାରମ୍ପରିକ ଶୈଳୀରେ ଆରମ୍ଭ ହୋଇଛି। ଛଟ୍‍ ପୂଜାରେ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ ଓ ବିଶ୍ୱର କୋଟି କୋଟି ଲୋକଙ୍କ ଆସ୍ଥାର ଏହା ପ୍ରତୀକ ବହନ କରୁଛି। ପ୍ରାତଃ ସ୍ନାନ ପରେ ଶ୍ରଦ୍ଧାଳୁମାନେ ଅରୁଆ ଅନ୍ନ, ବୁଟଡାଲି ଓ ଗୁଡ଼ ଭୋଜନ କରି ‘ନାହାୟେ ଖାୟେ’ ପରମ୍ପରାର ପାଳନ କରିଛନ୍ତି। ଆସନ୍ତାକାଲି ‘ଖର୍‍ନା’ ପାଳନ କରାଯିବ। ଏହାପରେ ୭୨ ଘଣ୍ଟିଆ ଉପବାସ କରାଯିବ, ଯେଉଁ ସମୟରେ ଜଳ ମଧ୍ୟ ବ୍ୟବହାର କରାଯିବ ନାହିଁ। ଶନିବାର ଦିନ ସକାଳେ ସୂର୍ଯ୍ୟଙ୍କ ପୂଜା ସହ ଉପବାସ ଶେଷ ହେବ।

ଶୁକ୍ରବାର ଦିନ ଶ୍ରଦ୍ଧାଳୁମାନେ ସୂର୍ଯ୍ୟ ସନ୍ଧ୍ୟା ଅର୍ଘ୍ୟ ଅର୍ପଣ କରିବେ ଓ ଶନିବାର ଦିନ ପ୍ରାତଃ ଅର୍ଘ୍ୟ ସହ ଏହା ସମ୍ପନ୍ନ ହେବ। କୋଭିଡ୍‍ ସଂକ୍ରମଣ ଯୋଗୁଁ ଲୋକମାନଙ୍କୁ ସମସ୍ତ ସତର୍କତା ଗ୍ରହଣ କରିବାପାଇଁ ପରାମର୍ଶ ଦିଆଯାଇଛି। ଛଟ୍‍ ପୂଜା ପାଇଁ ସ୍ୱତନ୍ତ୍ର ନିୟମାବଳି ପ୍ରଣୟନ କରାଯାଇଛି। ରାଜ୍ୟ ସରକାର ଲୋକମାନଙ୍କୁ ଘରେ ରହି ପୂଜା କରିବାପାଇଁ ନିବେଦନ କରିଛନ୍ତି ଓ କୌଣସି ସ୍ଥାନରେ ଏକତ୍ରିତ ନ ହେବାପାଇଁ ପରାମର୍ଶ ଦେଇଛନ୍ତି। ମାସ୍କ ବ୍ୟବହାର କରିବା ଓ ଶାରୀରିକ ଦୂରତା ବଜାୟ ରଖିବାକୁ ମଧ୍ୟ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସତର୍କତାମୂଳକ ବ୍ୟବସ୍ଥା ସହ ଛୋଟ ଛୋଟ ପୁଷ୍କରିଣୀରେ ଛଟ୍‍ ପୂଜା କରିବାପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଛଟ୍‍ ପୂଜା ପାଇଁ ଉଦ୍ଦିଷ୍ଟ ଘାଟଗୁଡ଼ିକୁ ସାନିଟାଇଜ୍‍ କରାଯିବ।

- Advertisement -

ବିଭିନ୍ନ ରାଜ୍ୟରେ ଛଟ୍‍ ମେଳା, ଜାଗରଣ ଓ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି। ୧୦ ବର୍ଷ ବୟସରୁ କମ୍‍ ବୟସର ପିଲା ଓ ୬୦ ବର୍ଷ ବୟସରୁ ଅଧିକ ବୟସର ଲୋକମାନଙ୍କୁ ଛଟ୍‍ ଘାଟକୁ ଯିବାପାଇଁ ନିଷେଧ କରାଯାଇଛି। ଉତ୍ତର ପ୍ରଦେଶରେ ମଧ୍ୟ ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ସହ ଛଟ୍‍ ପୂଜା କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛଟ୍‍ ପୂଜା ପାଇଁ ଘାଟଗୁଡ଼ିକୁ ସଫା ରଖିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories