www.samajalive.in
Sunday, December 14, 2025
19.1 C
Bhubaneswar

ହରିୟାଣାରେ କୋଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୨୦ରୁ : ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ ନେବେ ପ୍ରଥମ ଟିକା

ଚଣ୍ତିଗଡ଼ : ହରିୟାଣାରେ କରୋନା ଟିକା କୋଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ଏ ସମ୍ପର୍କରେ ହରିୟାଣାର ଗୃହମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ ଟ୍ୱିଟ୍ କରି କହିଛନ୍ତି। ସେ  କହିଛନ୍ତି ଯେ ମୁଁ  ଭରତ ବାୟୋଟେକ୍ କୋଭାକସିନର ଟିକା ନେବା ପାଇଁ ପ୍ରଥମ ସ୍ବେଚ୍ଛାସେବୀ ଭାବେ ନାମ ପଞ୍ଜିକରଣ କରିଛି।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରୋଗୀମାନେ ମଧ୍ୟ ସାମିଲ ହୋଇପାରିବେ
ସୂଚନାଯୋଗ୍ୟ, ଦେଶର ୨୦ଟି ଗବେଷଣା କେନ୍ଦ୍ରରେ ୨୫,୮୦୦ ସ୍ୱେଚ୍ଛାସେବୀଙ୍କୁ କୋଭାକସିନର ଟିକା ଦିଆଯିବ। ୨୦ ଟି କେନ୍ଦ୍ର ମଧ୍ୟରୁ ପିଜିଆଇଏମଏସ, ରୋହତକ ମଧ୍ୟ ଏହାର ସ୍ବେଚ୍ଛାସେବୀମାନଙ୍କୁ ଏହି ଟିକା ପ୍ରଦାନ କରିବାକୁ ପ୍ରସ୍ତୁତ। କୋଭାକସିନର ଗବେଷଣା ସହିତ ସାମିଲ ସହ-ଅନୁସନ୍ଧାନକାରୀ ଡକ୍ଟର ରମେଶ ବର୍ମା କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ଏହି ପର୍ଯ୍ୟାୟରେ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନଙ୍କ ବ୍ୟତୀତ ଶର୍କରା ନିୟନ୍ତ୍ରଣରେ ଥିବା ରୋଗୀ, ରକ୍ତଚାପ ଏବଂ ହୃଦ ଏବଂ ଆଜମା ରୋଗୀ ମଧ୍ୟ ଟିକା ପରିକ୍ଷଣରେ ସାମିଲ ହୋଇପାରିବେ।

- Advertisement -

ପ୍ରଥମ ପର୍ଯ୍ୟାୟରେ, ଅନୁଷ୍ଠାନର ୩୭୫ ସ୍ବେଚ୍ଛାସେବୀ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩୮୦ ସ୍ବେଚ୍ଛାସେବୀଙ୍କୁ କୋଭାକସିନର ଟିକା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ, ୨୫,୮୦୦ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ। ଟିକା ଆସିବା ମାତ୍ରେ ଏହା ଆରମ୍ଭ ହେବ।

କୌଣସି ସ୍ୱେଚ୍ଛାସେବୀଙ୍କର ଅସୁବିଧା ହୋଇନାହିଁ 
ଡକ୍ଟର ରମେଶ ବର୍ମା କହିଛନ୍ତି ଯେ ସମସ୍ତ ସୌଚ୍ଛାସେବୀଙ୍କୁ ଦୁଇଟି ପର୍ଯ୍ୟାୟରେ କୋଭାକସିନ‌ର ମାତ୍ରା ଦିଆଯାଇଛି, ସେମାନଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନାହିଁ। କେବଳ ଏତିକି ନୁହେଁ, କୌଣସି ସ୍ୱେଚ୍ଛାସେବୀ କରୋନା ସଂକ୍ରମିତ ହେବାର ରିପୋର୍ଟ ନାହିଁ। ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ ଏହି ଟିକା ସଂକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କୁ ରକ୍ଷା କରିବାରେ ସାହାଯ୍ୟ କରିବ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories