ଆଜି ଅବସର ନେବେ ଜଷ୍ଟିସ ଚେଲାମେଶ୍ୱର

0

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ଜେ ଚେଲାମେଶ୍ୱର ଶୁକ୍ରବାର ଅବସର ଗ୍ରହଣ କରିବେ। ସୁପ୍ରିମକୋର୍ଟରେ ବିଚାରପତି ଭାବେ ୭ବର୍ଷ ଧରି କାର୍ଯ୍ୟ କରିଥିବା ଜଷ୍ଟିସ ଚେଲାମେଶ୍ୱର ଚଳିତବର୍ଷ ଜାନୁଆରୀରେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ଏମ୍‍ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ସାମିଲ ହୋଇଥିଲେ। ୧୯୯୭ ଜୁନ୍‍ ୨୩ରେ ଜଷ୍ଟିସ ଚେଲାମେଶ୍ୱର ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ୧୯୯୯ ମେ ୧୭ରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୭ ମେ ୩ରେ ସେ ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ ଓ ପରେ କେରଳ ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୧୧ ଅକ୍ଟୋବର ୧୦ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।

kalyan agarbati
Leave A Reply