ଅଗ୍ରାହ୍ୟ ଚେକ୍‍ ମାମଲା ତ୍ୱରାନ୍ୱିତ ହେବ

0

ନୂଆଦିଲ୍ଲୀ: ଅଗ୍ରାହ୍ୟ ଚେକ୍‍ କ୍ଷେତ୍ରରେ ତ୍ୱରିତ ଦଣ୍ଡବିଧାନ ଓ କ୍ଷତିପୂରଣ ରାଶି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଏ ସମ୍ପର୍କିତ ଚିଠା ପ୍ରସ୍ତାବ ଲୋକସଭାରେ ପାରିତ ହୋଇଛି। ନୋଗୋସିଏବଲ୍‍ ଇନ୍‍ଷ୍ଟ୍ରୁମେଣ୍ଟ(ଆମେଣ୍ଡମେଣ୍ଟ) ବିଲ୍‍ ନାମରେ ନାମିତ ଏହି ଚିଠା ପ୍ରସ୍ତାବ ପାରିତ ହେବା ପରେ ଆଇନ୍‍ରେ ପରିଣତ ହେବା ପାଇଁ ରାଜ୍ୟସଭାର ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ମୋହର ଲାଭ କରିବା ଆବଶ୍ୟକ। ଆଇନ୍‍ କାର୍ଯ୍ୟକାରୀ ହେବା ପରେ ବାଉନ୍ସଡ୍‍ ଚେକ୍‍ ବା ଡିଜୋନୋର ଚେକ୍‍ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡବିଧାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ଆଉ ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ସହିତ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ର୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ଏହି ବିଲ୍‍ ଆଗତ କରିଥିବା ବେଳେ ଏଭଳି ମାମଲାର ବିଚାର ପାଇଁ କେନ୍ଦ୍ର ସରକାର ଏକ ଫାଷ୍ଟ ଟ୍ରାକ୍‍ କୋର୍ଟ ସ୍ଥାପନ କରିବାକୁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ପରାମର୍ଶ ଦେଇଥିଲେ।

Leave A Reply