ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ସବୁଆଡ଼େ ପାର୍ବଣର ମାହୋଲ ଭଳିକି ଭଳି ଦୋକାନ ବଜାର ପସରା ମେଲିଛି । ତନ୍ମଧ୍ୟରୁ ଜଣେ ବୃଦ୍ଧା ଲଡୁଗାଁ ଦୂର୍ଗା ମଣ୍ଡପ ଠାରେ ପେଟ ପାଟଣା ପାଇଁ ଚଣା ବାଦାମ ବିକ୍ରି କରୁଥାନ୍ତି । କିଛି ଅସାମାଜିକ ଯୁବକ ଆସି ବୃଦ୍ଧାଙ୍କ ପାଖରୁ କୋଡ଼ିଏ ଟଙ୍କାର ବାଦାମ କିଣି ଶହେ ଟଙ୍କିକିଆ ନୋଟ ଧରେଇ ଦେଇ ବାକି ଅଶି ଟଙ୍କା ଖୁଚୁରା ନେଇ ଚାଲିଗଲେ। ଏଭଳି ଲଗାତାର ଭାବେ ଦୁଇଥର ହେବାପରେ ବୃଦ୍ଧା ସନ୍ଦେହ କରି ସାମ୍ନାରେ ବସିଥିବା କିଛି ଲୋକଙ୍କୁ ନୋଟ ଦେଖେଇ ପଚାରି ବୁଝିବା ପରେ ତାହା ନକଲି ନୋଟ ବୋଲି ଜଣା ପହିଥିଲା। ଏହାପରେ ବୃଦ୍ଧା ଜଣକ ଭାଙ୍ଗିପଡ଼ି କାନ୍ଦିବାକୁ ଲାଗିଥିଲେ। ବଦ୍ ଖର୍ଚ୍ଚିଙ୍କ ପାଇଁ ଦି ଶହ ଟଙ୍କାର ମୂଲ୍ୟ କିଛି ହେଇନ ପାରେ କିନ୍ତୁ ସେ ବୃଦ୍ଧାଙ୍କ ପାଇଁ ତାହା ଅମୂଲମୂଲ, ବାଦାମ ବିକ୍ରି କରିବା ତାଙ୍କ ପରିବାର ପ୍ରତିପୋଷଣ କରିବାର ଏକମାତ୍ର ରୋଜଗାର ପନ୍ଥା । ଆଜିବି ଏଭଳି ମାନସିକତା ରଖୁଥିବା ଅସାମାଜିକ ମାନଙ୍କୁ ନେଇ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
Comments are closed.